ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ସିଦ୍ଧରମୟାଙ୍କ ବିରୋଧରେ ମମଲା ରୁଜୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମି ଦୁର୍ନିତି ଅଭିଯୋଗରେ ମାମଲା ରୁଜୁ ପାଇଁ ରାଜ୍ୟପାଳ ଅନୁମତି ଦେବା ପରେ ମୁହଁ ଖୋଲିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ରାଜନୀତି କରିବାକୁ କେନ୍ଦ୍ର ସରକାର ‘ରାଜ ଭବନ’ର ବ୍ୟବହାର କରୁଥିବା ସିଦ୍ଧରମୈୟା ଅଭିଯୋଗ କରିଛନ୍ତି। ଶନିବାର ଦିନ ଅପରାହ୍ନ ୩ଟାରେ ରାଜ ଭବନରେ ତାଙ୍କୁ ଭେଟିବା ପାଇଁ ରାଜ୍ୟପାଳ ଥୱାର ଚାନ୍ଦ ଗେହଲୋଟ୍ ଆରଟିଆଇ କାର୍ଯ୍ୟକର୍ତ୍ତା ଟିଜେ ଅବ୍ରହାମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ ଥିବାରୁ ପୂର୍ବରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ପାରୁନଥିଲା। କର୍ଣ୍ଣାଟକରେ ଏକ ପ୍ରମୁଖ ରାଜନୈତି ବିବାଦ ପାଲଟିଥିବା ‘ମୌସୁର ଅର୍ବାନ ଡେଭ୍‌ଲପମେଣ୍ଟ୍‌ ଅଥରିଟି (ଏମ୍‌ୟୁଡିଏ)’ ଜମି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ସିଦ୍ଧରମୟା ଅଡୁଆରେ ଫଶିଛନ୍ତି। ପ୍ରକାଶ ଥାଉକି, ଆରଟିଆଇ କାର୍ଯ୍ୟକର୍ତ୍ତା ଟି.ଜେ ଆବ୍ରାହମ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ।

ମୁଖ୍ୟମନ୍ତ୍ରୀ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (MUDA) ଜମି ଆବଣ୍ଟନରେ ଘୋଟାଲା କରିଛନ୍ତି, ଏହି ଦୁର୍ନୀତିରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାରୁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ଆଜି ରାଜ୍ୟପାଳ ମାକଦ୍ଦମା ପାଇଁ ଅନୁମତି ଦେବା ସହ ଆବେଦନକାରୀଙ୍କୁ ଦିନ ୩ଟାରେ ‘ରାଜ ଭବନ’ରେ ଭେଟିବାକୁ କହିଥିଲେ।

Leave A Reply

Your email address will not be published.