ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ଲାଗିବ କି ହତ୍ୟାର ଦଫା? ୨୭ ଶୁଣାଣି କରିବେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ଲାଗିବ କି ହତ୍ୟାକାଣ୍ଡ ଭଳି ସଙ୍ଗୀନ ଅପରାଧ। ଓଡିଶା ହାଇକୋର୍ଟ ଏ ନେଇ ଆସନ୍ତା ୨୭ ତାରିଖରେ କରିବେ ଶୁଣାଣି। ଅଭିଯୁକ୍ତ ମାନଙ୍କ ନାମରେ ଏସଡ଼ିଜେଏମଙ୍କ ଦ୍ଵାରା ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ହୋଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। ତେବେ ଏହି ମାମଲାରେ ଏସିଏଫ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ମଧ୍ୟ ନିଜର ପକ୍ଷ ହାଇକୋର୍ଟରେ ରଖିଛନ୍ତି। ଅଭିରାମଙ୍କ ଓକିଲ ପାର୍ଥସାରଥୀ ନାୟକଙ୍କ କହିବା କଥା ଏହା ଏକ ହତ୍ୟାକାଣ୍ଡ ବୋଲି ପର୍ଯ୍ୟାପ୍ତ ପ୍ରମାଣ ରହିଛି।

ସେଥିପାଇଁ ଆମେ ପ୍ରୋଟେଷ୍ଟ ପିଟିସନ ଦାୟର କରିଛୁ। ଏବଂ ପାରଳାଖେମୁଣ୍ଡି ଜେଏମଏଫସି ସଠିକ ଭାବେ ଏନବିଡବ୍ଲୁ ଜାରି କରିଛନ୍ତି। ତେବେ ହାଇକୋର୍ଟ ଜୁଲାଇ ୨୭ ରେ ପୁଙ୍ଖାନୁପୁଙ୍ଖ ଭାବେ ଶୁଣିବା ପରେ ଆମ ସପକ୍ଷରେ ନ୍ୟାୟ ଯିବ ବୋଲି ସେ ଆଶାବାଦୀ ଅଛନ୍ତି। ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଥିବା ବେଳେ ଏହି ମାମଲାର ଭବିଷ୍ୟତ କଣ ହେବ ତାହା ହାଇକୋର୍ଟଙ୍କ ୨୭ ତାରିଖର ଶୁଣାଣି ପରେ ହିଁ ସ୍ପଷ୍ଟ ହେବ। ଏସିଏଫ୍‌ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଥିବାବେଳେ ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ। ପର ଦିନ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା।

କ୍ରାଇମବ୍ରାଞ୍ଚ ଏହାକୁ ଏକ ଦୁର୍ଘଟଣା ଦର୍ଶାଇ ଫାଇଲ ବନ୍ଦ କରିବାରୁ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ ବେହେରା, ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ଡି ଏସ୍‌ଡିଜେଏମଙ୍କ କୋର୍ଟରେରେ ଏକ ୱାନ ସିସି ପିଟିସନ୍‌ ଦାଏର କରିଥିଲେ। ଏହା ପରେ ଅଭିଯୁକ୍ତ ମାନଙ୍କୁ ଏସଡ଼ିଜେଏମଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ଏସଡ଼ିଜେଏମ। ଏପ୍ରିଲ ୨୭ ଓ ଜୁନ ୧୬ ଦୁଇ ଦୁଇଟି ତାରିଖ ଏସଡ଼ିଜେଏମ ଦେଇଥିଲେ ମଧ୍ୟ ସେମାନେ ହାଜର ହୋଇ ନ ଥିଲେ। ଏହା ପରେ ପାରଳାଖେମୁଣ୍ଡି ଏସଡ଼ିଜେଏମ ଜାମିନ ବିହୀନ ଗିରଫ ବା ଏନବିଡବ୍ଲୁ ଜାରି କରିଥିଲେ।

Leave A Reply

Your email address will not be published.