ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ପେନର ମାଲାଗା ସହ ନିକଟବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ପ୍ରବଳ ବର୍ଷା ହେବାରୁ ହଠାତ୍‌ ବନ୍ୟା ଆସି ଯାଇଥିଲା। ଏହି ବନ୍ୟାରେ ୯୫ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ହଠାତ୍‌ ବନ୍ୟା ମାଡ଼ି ଆସିବାରୁ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡ଼ିଥିଲା।

ବନ୍ୟା ଏତେ ଭୟଙ୍କର ଥିଲା ଯେ କେହି କିଛି ଭାବିବା ପୂର୍ବରୁ ସଙ୍ଗେ ସଙ୍ଗେ ପାଣି ମାଡି ରାସ୍ତାଘାଟ, ଘରେ ଜଳାର୍ଣ୍ଣବ ସ୍ଥିତି ଉପୁଜି ଥିଲା । ହଠାତ୍ ପାଣି ମାଡି ଆସିବାରୁ ୯୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛନ୍ତି। ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ୧ ହଜାରରୁ ଅଧିକ ସେନା ଯବାନ ଓ ଉଦ୍ଧାରକାରୀ ଦଳ ସଦସ୍ୟଙ୍କୁ ପଠାଯାଇଥିଲା।

ହେଲିକପ୍ଟର ଓ ବୋଟ୍‌ ମାଧ୍ୟମରେ ଲୋକଙ୍କୁ ବନ୍ୟାଘେରରୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ଏବେ ବି ଅନେକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି। ଏଥିସହିତ ଏଭଳି ବିପର୍ଯ୍ୟରେ ୯୫ ଜଣଙ୍କ ମୃତ୍ୟୁ ପରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହିତ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ପେଡ୍ରୋ ସଂଚେଜ୍।

Comments are closed.