CBI ପଞ୍ଝାରେ ED ଡେପୁଟି ଡାଇରେକ୍ଟର

0

ଓଡ଼ିଆ ନ୍ୟୁଜ୍: CBIରେ ଧରା ପଡିଲେ ବଡ ବାବୁ। ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଲାଞ୍ଚ ନେଇ ଧରାପଡ଼ିଲେ।୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା CBI ଟିମ୍‌।୫୦ ଲକ୍ଷର ଡିଲ୍ ହୋଇଥିଲା, ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ।ମିଳିଥିବା ସୂଚନା ମୁତାବକ, ୨୦୧୩ ବ୍ୟାଚର ଆଇଆରଏସ୍‌ ଅଧିକାରୀ ତଥା ଇଡି ଡେପୁଟି ଡାଇରେକ୍ଟର ରଘୁବଂଶୀ ଇଡି ଚଢାଉର ଧମକ ଦେଇ ଜଣେ ବ୍ୟବସାୟୀଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ବ୍ୟବସାୟୀ ଜଣକ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(CBI)ର ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଶହୀଦନଗର ଅଞ୍ଚଳରେ ଅଭିଯୋଗକାରୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସିବିଆଇ ଅଧିକାରୀ ରଘୁବଂଶୀଙ୍କୁ ଧରିବାରେ ସଫଳ ହୋଇଥିଲେ।

Leave A Reply

Your email address will not be published.