ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ

0

ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ । ଦ୍ବାଦଶରେ ୮୮.୩୯% ଛାତ୍ରୀଛାତ୍ର ପାସ କରିଛନ୍ତି। ଭୁବନେଶ୍ବରରେ ପାସହାର ରହିଛି ୮୩.୬୪%। ଦେଶରେ ଛାତ୍ରୀଙ୍କ ପାସହାର ୯୧.୬୪%, ଛାତ୍ରଙ୍କ ପାସହାର ୮୫.୭୦% ରହିଛି। JNV- ୯୯.୨୯%, KV-୯୯.୦୫%, STSS-୯୮.୯୬% ପାସ କରିଛନ୍ତି। ଛାତ୍ରୀଛାତ୍ରମାନେ cbse.gov.in, http://cbseresults.nic.in ପରୀକ୍ଷା ଫଳ ଦେଖିପାରିବେ। results.cbse.nic.inରେ ମଧ୍ୟ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରୀଛାତ୍ର।

ଡିଜିଲକର୍‌ ଓ ଉମଙ୍ଗ, ଆଇଭିଆର୍‌ଏସ ଓ ଏସଏମଏସରେ ବି ରେଜଲ୍ଟ ଉପଲବ୍ଧ ହେବ। ଚଳିତ ବର୍ଷ ଦଶମ ଓ ଦ୍ବାଦଶରେ ୪୨ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ। ଦଶମରେ ୨୪ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଦ୍ବାଦଶରେ ୧୭ ଲକ୍ଷ ୮୮ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଫେବ୍ରୁଆରୀ ୧୫ରୁ ଏପ୍ରିଲ ୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପରୀକ୍ଷା।

Leave A Reply

Your email address will not be published.