ଓଡ଼ିଆ ନ୍ୟୁଜ୍: ଆଜି ରାତିରେ ବସିବ ସିସିଏସ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ କମିଟି ଅନ ସିକ୍ୟୁରିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ଇରାନ ସହ ଇସ୍ରାଏଲ ଓ ଆମେରିକା ଯୁଦ୍ଧ ନେଇ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଅସ୍ଥିର ପରିସ୍ଥିତି ଏବଂ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇପାରେ। ନରେନ୍ଦ୍ର ମୋଦି ତାମିଲନାଡୁରୁ ନୂଆଦିଲ୍ଲୀ ଫେରିବା ପରେ ବୈଠକ ଆରମ୍ଭ ହେବ ।
ସେ ତାଙ୍କର ଦୁଇ ଦିନିଆ ଗସ୍ତ ସାରି, ରାତି ପ୍ରାୟ 9:30ରେ ଦିଲ୍ଲୀ ପହଞ୍ଚିବେ ବୋଲି ଆଶା କରାଯାଉଛି। ଫେରିବା କ୍ଷଣି ସେ ସିସିଏସ୍ ବୈଠକର ଅଧ୍ୟକ୍ଷତା କରିବେ ।ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଉତ୍ତେଜନାକୁ ଏଡାଇବା ସହ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ ।