ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ CDMO କାର୍ଯ୍ୟାଳୟର କିରାଣି, ପିଅନ।CDMO କାର୍ଯ୍ୟାଳୟର କିରାଣି ଜଗଦୀଶ ପଟ୍ଟନାୟକ, ପିଅନ ନିରଞ୍ଜନ ନାୟକ। ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍।ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନିଯୁକ୍ତି ସମ୍ପର୍କିତ ଚିଠି ଦେବାକୁ ଲାଞ୍ଚ ନେଉଥିଲେ। କିରାଣି ଜଗଦୀଶ ପଟ୍ଟନାୟକଙ୍କ ଅଫିସ୍ ଓ ଘରେ ଭିଜିଲାନ୍ସ ରେଡ୍।
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ଦୁଇ ଜଣ କର୍ମଚାରୀଙ୍କୁ ଜାଲରେ ପକାଯାଇଛି। ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା କର୍ମଚାରୀମାନେ ହେଲେ ଜଗଦୀଶ ପଟ୍ଟନାୟକ ଓ ନିରଞ୍ଜନ ନାୟକ।
ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବା ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମୀମାନେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ)ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେମାନଙ୍କର ମନପସନ୍ଦ ସ୍ଥାନରେ ଅବସ୍ଥାପିତ କରିବା ପାଇଁ ସିଡିଏମ୍ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ବାସ୍ଥ୍ୟ ବିଭାଗର କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ ଟଙ୍କା ମାଗିଥିଲେ।