ଓଡ଼ିଆ ନ୍ୟୁଜ୍: ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ନେଇ ଟ୍ରମ୍ପଙ୍କ ଘୋଷଣା।୨ ସପ୍ତାହ ପାଇଁ ଯୁଦ୍ଧ ବିରତି ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ହର୍ମୁଜ ପ୍ରଣାଳୀକୁ ଖୋଲିବାକୁ ଇରାନ ରାଜି ହେବା ପରେ ଯୁଦ୍ଧବିରତି। ଇରାନର ୧୦ ସୂତ୍ରୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ-ଟ୍ରମ୍ପ।ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟଙ୍କ ଅନୁରୋଧ ପରେ ଯୁଦ୍ଧ ଟଳିଲା।
ଇରାନ ସହ ଅସ୍ତ୍ରବିରତି ବୁଝାମଣା ହେବା ପରେ ଟ୍ରମ୍ପ ଖୁସି ବ୍ୟକ୍ତ କରି ଏହାକୁ ଏକ “ବଡ଼ ଦିନ” ବୋଲି କହିଛନ୍ତି। ଏହାଦ୍ୱାରା ହରମୁଜ୍ ଜଳପଥରେ ଉତ୍ତେଜନା ହ୍ରାସ ପାଇବା ସହ ଅର୍ଥନୈତିକ ଲାଭ ହେବ ବୋଲି ସେ ସୂଚନା ଦେଇଛନ୍ତି।
ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ସେ ଲେଖିଛନ୍ତି: “ବିଶ୍ୱ ଶାନ୍ତି ପାଇଁ ଏକ ବଡ଼ ଦିନ! ଇରାନ ଏହା ଚାହୁଁଛି, କାରଣ ସେମାନେ ବହୁତ କିଛି ଭୋଗିସାରିଲେଣି! ଅନ୍ୟମାନଙ୍କ ଅବସ୍ଥା ମଧ୍ୟ ସମାନ। ଆମେରିକା ହରମୁଜ୍ ଜଳପଥରେ ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। ଏବେ ବହୁତ କିଛି ସକାରାତ୍ମକ କାମ ହେବ! ବହୁତ ଅର୍ଥ ରୋଜଗାର ହେବ। ଇରାନ ପୁନଃନିର୍ମାଣ ପ୍ରକ୍ରିୟା ଆରମ୍ଭ କରିପାରିବ।”
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, “ଆମେ ସବୁ ପ୍ରକାରର ସାମଗ୍ରୀ ପଠାଇବୁ ଏବଂ ସବୁକିଛି ଠିକ୍ଠାକ୍ ଚାଲିଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ସେଠାରେ ଉପସ୍ଥିତ ରହିବୁ। ମୋର ଦୃଢ଼ ବିଶ୍ୱାସ ଯେ ସବୁ ଠିକ୍ ହେବ। ଆମେରିକାରେ ଆମେ ଯେପରି ଅନୁଭବ କରୁଛୁ, ଠିକ୍ ସେହିପରି ଏହା ମଧ୍ୟପ୍ରାଚ୍ୟର ସୁବର୍ଣ୍ଣ ଯୁଗ (Golden Age of the Middle East) ହୋଇପାରେ। “