ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ହାଟଡ଼ିହି ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ପ୍ରାଣବଲ୍ଲଭ ମଲ୍ଲିକଙ୍କ ୮୭ତମ ଜନ୍ମଦିନକୁ ଅଭିନବ ଭାବେ ବଡ ଧୁମଧାମରେ ପାଳନ କରିଛନ୍ତି ପରିବାର ଲୋକେ। ପ୍ରାଣବଲ୍ଲଭ ମଲ୍ଲିକ ଜଣେ ଉଦାରଚିତ ବ୍ୟକ୍ତିତ୍ୱ ଓ ଜଣେ ବିଶ୍ୱକର୍ମା ଭାବେ ସମଗ୍ର ଅଞ୍ଚଳରେ ପରିଚିତ।
ଆଜି ତାଙ୍କ ୮୭ତମ ଜନ୍ମ ଦିନରେ ପୁଅ ଅଲେଖ ଚନ୍ଦ୍ର ମଲ୍ଲିକ, ବୋହୁ ସ୍ୱରୂପାରାଣୀ ମଲ୍ଲିକ, ନାତି ବିଶ୍ଵଜିତ ମଲ୍ଲିକ, ଋତୁପୂର୍ଣା ରାଉତ, ଜ୍ୱାଇଁ ଅଶୋକ ପୁହାଣ, ଝିଅ ମଞ୍ଜୁଲତା ପୁହାଣ, ଗଡ଼ଚଣ୍ଡୀ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶରତ କୁମାର ଶାସିନୀ, ଆଇନିଜୀବୀ ରବିନ୍ଦ୍ର କୁମାର ନାୟକ, ହରିହର ମଲ୍ଲିକ, ନିତ୍ୟାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ରହି ଛୋଟ ଛୋଟ ସ୍କୁଲଛୁଆ ମାନଙ୍କ ଗହଣରେ କେକ କାଟି ଏହି ଜନ୍ମଦିନକୁ ପାଳନ କରିଥିଲେ।
ଏହି ଅବସରରେ ୩ଶହରୁ ଉର୍ଦ୍ଧ ଗରିବ ନିରାଶ୍ରୟ ଲୋକଙ୍କୁ ଶୀତବସ୍ତ୍ର ଓ ଶାଢ଼ୀ, ଲୁଙ୍ଗି ଆଦି ବଣ୍ଟନ କରିଥିଲେ। ଜିଜ୍ଞାସା ମଲ୍ଲିକ ଟ୍ରଷ୍ଟ ପକ୍ଷରୁ ଦୁଇବର୍ଷ ଧରି ଚାଲୁରହିଥିବା ଏହିପରି କାର୍ଯ୍ୟକ୍ରମରେ ଆଜି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ। ଜିଜ୍ଞାସା ମଲ୍ଲିକ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ନଟବର ‘ପ୍ରାଣବଲ୍ଲଭ ଶଙ୍କର୍ଷଣ ଆଶ୍ରମ’ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଆସନ୍ତା ମାର୍ଚ୍ଚ ମାସ ଭିତରେ ଏହାର କାର୍ଯ୍ୟ ସମାପନ କରାଯାଇ ଉଦଘାଟନ କରାଯାଇ ଏ ଅଞ୍ଚଳର ୫୦ଜଣ ନିରାଶ୍ରୟଙ୍କୁ ଆଶ୍ରୟ ଦିଆଯିବ ବୋଲି ବିଶ୍ଵଜିତ ମଲ୍ଲିକ ପ୍ରକାଶ କରିଛନ୍ତି।