ଓଡ଼ିଆ ନ୍ୟୁଜ୍: ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।ଚନ୍ଦକା ଗୋଡ଼ିବାରିଠାରେ ଦୁଇ ଦିନିଆ କର୍ମଶାଳା ଉଦ୍ଘାଟିତ।ହାତୀମାନଙ୍କ ବିଷୟରେ ଗବେଷଣା ପାଇଁ ସ୍ବତନ୍ତ୍ର କେନ୍ଦ୍ର ମଧ୍ୟ ଉଦ୍ଘାଟିତ।ଗବେଷଣା ପରେ ହାତୀ ସଂରକ୍ଷଣ ନେଇ ସ୍ବତନ୍ତ୍ର ପଲିସି ଆସିବ କହିଲେ ମୁଖ୍ୟମନ୍ତ୍ରୀ।ଓଡ଼ିଶାରେ ଏବେ ୨ ହଜାର ୧ ଶହ ହାତୀ ଥିବାରୁ ସ୍ବତନ୍ତ୍ର ଧ୍ୟାନ। ଚନ୍ଦକା ଅଞ୍ଚଳରେ ସ୍ଥାପନ ହେଲା Center for Species Survival Asian Elephant । ହାତୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ସ୍ଥାପନ ହୋଇଥିବା ପୃଥିବୀର ଏହା ପ୍ରଥମ ସଂସ୍ଥା । ଚନ୍ଦକା ଗୋଡ଼ିବାରି ଠାରେ ପ୍ରତିଷ୍ଠା ହୋଇଛି ଏହି କେନ୍ଦ୍ର । ଏହି କେନ୍ଦ୍ର ହାତୀଙ୍କ ସୁରକ୍ଷା ପାଇଁ କାମ କରିବ । କିଭଳି ଭାବେ ଜଙ୍ଗଲରେ ସେମାନେ ସୁରକ୍ଷିତ ରହିବେ, ଗାଁ କିମ୍ବା ସହର ମୁହାଁ ହେବେ ନାହିଁ, ସେନେଇ ଆବଶ୍ୟକ ପଦକ୍ଷେପ ନେବା ଦିଗରେ ଏହି କେନ୍ଦ୍ର ଗବେଷଣା କରିବ ।
ଚନ୍ଦକା ଗୋଡ଼ିବାରିଠାରେ ଦୁଇ ଦିନିଆ ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଏସିଆ ମହାଦେଶର ହାତୀ ଥିବା ଦେଶ, ଭାରତର ହାତୀ ବହୁଳ ରାଜ୍ୟ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକରୁ ତଥା ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ୧୫୦ରୁ ଅଧିକ ଅଗ୍ରଣୀ ସଂରକ୍ଷଣବିତ୍, ନୀତି ନିର୍ଦ୍ଧାରକ, ବୈଜ୍ଞାନିକ ଏବଂ ଗବେଷକମାନେ ଯୋଗ ଦେଇଛନ୍ତି ।