ନିର୍ବାଚନ ପ୍ରସ୍ତୁତି ପାଇଁ ସିଇଓ ସାମ୍ବାଦିକ ସମ୍ମିଳନୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରୁଛି । ସନ୍ଧ୍ୟା ୬ଟାରେ ପ୍ରଚାର ଶେଷ ହେବ।  ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ପାଇଁ ସିଇଓ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପୋଲିଂ ବୁଥକୁ ଯାଉଛନ୍ତି ପୋଲିଂ କର୍ମଚାରୀ । ଏହି ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ ଗ୍ରହଣ କରାଯିବ ।

ମୋଟ ୯୪.୪୮ଲକ୍ଷ ଭୋଟର ମତଦାନ କରିବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ୧୦ହଜାର ୫୫୧ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ୨.୫ ପ୍ରତିଶତ ମତଦାତା ପ୍ରଥମ ଥର ଭୋଟ ଦେବେ । ୪୨ ବିଧାନସଭାରେ  ୩୩୯ଜଣ ପୁରୁଷ ଓ ୪୪ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।  ୬ ଲୋକସଭା ଆସନରେ  ୬୪ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ବରିଷ୍ଠ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯୁବ ଭୋଟରଙ୍କ ସଂଖ୍ୟା ରାଜ୍ୟରେ ୩୦ ପ୍ରତିଶତ ରହିଛି ।

ଘରେ ଭୋଟ ଦେବାର ସୁବିଧା ମଧ୍ୟ କରାଯାଇଛି । ପୋଲିସ, କର୍ମଚାରୀମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ସୁବିଧା କରାଯାଇଛି । ମତଦାନ କେନ୍ଦ୍ରରେ ପାନୀୟ ଜଳ ଏବଂ ଓଆରଏସର ବ୍ୟବସ୍ଥା କରାଯାଇଛି ।  ଭୋଟରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଗାଁ କି ସହର ଯେଉଁଠି ବି ରହିଥା ଭୋଟ ନିଶ୍ଚିନ୍ତ ଦିଅନ୍ତୁ ।

Comments are closed.