ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁରୀ ୟୁଥ ହଷ୍ଟେଲ ପରିସରରେ ଚକ୍ରବ୍ୟୁହ ନିୟୁଜ ର ପ୍ରଥମ ସ୍ବନକ୍ଷତ୍ର ଉର୍ତ୍ସବ ଧୂମଧାମ ର ସହିତ ପାଳନ କରାଯାଇଛି l ଏହି ଉର୍ତ୍ସବକୁ ଚକ୍ରବ୍ୟୁହ ନିୟୁଜ ର ପ୍ରତିଷ୍ଠାତା କୁଳମଣି ଲେଙ୍କା ଏବଂ ମୂଖ୍ୟ ଉପଦେଷ୍ଟା ପ୍ରିତମ କୁମାର ସାହୁଙ୍କ ଅଧକ୍ଷତାରେ ଆରମ୍ଭ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ଲାଗି ସେବକ ମଧୁସୂଦନ ସିଂହାରୀ, ସମ୍ମାନିତ ଅତିଥିଭାବେ ରାଜ୍ୟ ଯୁବ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ସୁଭାଶିଷ ଖୁଣ୍ଟିଆ, ପୁରୀଜିଲ୍ଲା କିନ୍ନର ମହାସଙ୍ଘର ସଭାନେତ୍ରୀ ପ୍ରିୟାଂଶି ପ୍ରଦିପ ପ୍ରଜ୍ଜ୍ୱଳନ କରି ସଭାକୁ ଉଦଘାଟନ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ଷାଠିଏ ରୁ ଉର୍ଦ୍ଧ ସମାଜସେବୀ ସଂସ୍ଥା କୁ ସମ୍ମାନିତ କରାଯାଇଥିବା ବେଳେ କାର୍ଯ୍ୟ ରତ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଏଥିସହିତ ଓଡ଼ିଶାର ସାହିତ୍ୟିକ, ଐତିହାସିକ, ଗବେଷକ ମାନଙ୍କୁ ସମ୍ମାନିତ କରାଯାଇଥିଲା l ପରେପରେ ଓଡ଼ିଶାର ଚକ୍ରବ୍ୟୁହ ନିୟୁଜର ପ୍ରତ୍ୟେକ ଜିଲ୍ଲା ଓ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଏଥିସହିତ ଓଡିଶୀ, ର କଳା ସାଂସ୍କୃତିକୁ ପ୍ରାଧାନ୍ୟ ଦେଇ ଥିଲା କାର୍ଯ୍ୟକ୍ରମ ,ଛୋଟ ଛୋଟ ପିଲାମାନଙ୍କୁ ନେଇ ଓଡିଶି ନୃତ୍ୟ,ଜୋଗ, ପରିବେଷଣ କରି ଅଷ୍ଟାନ ପକ୍ଷରୁ ସମ୍ମାନିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା କରିଥିଲେ କବି, ଲେଖକ, ସାହିତ୍ୟିକ, ଘୋଷକ ଶ୍ୟାମପ୍ରକାଶ ସେନାପତି l
ଏହି କାର୍ଯ୍ୟକ୍ରମକୁ ଆସିଥିବା କୋଣଅନୁକୋଣରୁ ସାମ୍ବାଦିକ ମାନେ ନିଜନିଜର ମତବ୍ୟକ୍ତ କରିଥିଲେ l ଶେଷରେ ଆଗକୁ ଚକ୍ରବ୍ୟୁହ ନିୟୁଜର ଖବରକାଗଜ ଖୁବଶୀଘ୍ର ଓଡ଼ିଶାରେ ଉପଲବ୍ଧ ହେବବୋଲି ଚାନେଲ ର ପ୍ରତିଷ୍ଠାତା କୁଳମଣି ଲେଙ୍କା ସଭାରେ ପରିପ୍ରକାଶ କରିଥିଲେ l କିନ୍ନର ମାନଙ୍କୁ ସମାଜ ଅବହେଳିତ ଭାବୁଥିବା ବେଳେ ଚକ୍ରବ୍ୟୁହ ନିୟୁଜ ଚାନେଲ କିନ୍ନର ସଂଘର ସଭାନେତ୍ରୀ ପ୍ରିୟାଂଶି ଦାସଙ୍କୁ ଅତିଥିଭାବେ ମଞ୍ଚରେ ବସାଇଥିବାରୁ ଚକ୍ରବ୍ୟୁହ ନିୟୁଜ ପରିବାରକୁ ଧନ୍ୟବାଦ ଜଣାଇଥିଲେ ପ୍ରିୟାଂଶି ଦାସ lପରିସେସରେ ଚକ୍ରବ୍ୟୁହ ନିଉଜ ଚ୍ୟାନେଲ ର ମୂଖ୍ୟ ଉପଦେଷ୍ଟା ପ୍ରିତମ କୁମାର ସାହୁ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ