ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା କାଚିବ ବୋଲି ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡା, ପୁରୀ, କୋରାପୁଟ, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ୨ ଓ ୩ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ଗୋଟେ ଦୁଇଟି ସ୍ଥାନରେ ବର୍ଷା ହେବ ।
୪ ଓ ୫ରେ କାଳବୈଶାଖୀ ପ୍ରଭାବ ବଢିବ । ବର୍ତ୍ତମାନ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନ ଥିବାବେଳେ ଆଭ୍ୟନ୍ତରୀଣ ଓଡିଶାରେ ୪୦ ରୁ ଅଧିକ ତାପମାତ୍ରା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର୍ ବିଶ୍ୱାସ କହିଛନ୍ତି ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।
ଅନ୍ୟପଟେ ଆଜି ଦିନ ୨ ଟା ୩୦ ସୁଦ୍ଧା କେଉଁଠି କେତେ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର: ୩୯.୪ ଡ଼ିଗ୍ରୀ, ସମ୍ବଲପୁର: ୪୨.୮ ଡ଼ିଗ୍ରୀ, ହୀରାକୁଦ: ୪୧.୬ ଡ଼ିଗ୍ରୀ, ଝାରସୁଗୁଡା: ୪୧ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୮ ଡ଼ିଗ୍ରୀ , ବାଲେଶ୍ୱର: ୩୭.୮ ଡ଼ିଗ୍ରୀ, କେନ୍ଦୁଝର: ୩୭.୨ ଡ଼ିଗ୍ରୀ, ପୁରୀ: ୩୪ ଡ଼ିଗ୍ରୀ, ପାରାଦ୍ୱୀପ: ୩୪ ଡ଼ିଗ୍ରୀ ଓ ଗୋପାଳପୁରରେ ୩୩.୪ ଡ଼ିଗ୍ରୀ ରେକର୍ଡ ହୋଇଛି ।
ତେବେ ରାଜ୍ୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ରାଜ୍ୟବାସୀ ବର୍ଷାକୁ ଚାତକ ଭଳି ଚାହିଁ ରହିଛନ୍ତି ।