ଓଡ଼ିଆ ନ୍ୟୁଜ୍: ଭଦ୍ରକ ଚାନ୍ଦବାଲି ଥାନା ଅଞ୍ଚଳରେ ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତକୁ ଉଠାଇ ଆଣିଥିଲା ପୋଲିସ। ଏପଟେ ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ ଚଳାଇଛି। ଏପଟେ ନ୍ୟାୟ ଦାବିରେ ୩ଟି ସ୍ଥାନରେ ଟାୟାର ଜାଳି ଲୋକେ ରାସ୍ତା ଅବରୋଧ କରିଛନ୍ତି। ମୃତଦେହ ମିଳିଥିବା ଘଟଣାସ୍ଥଳ ନିକଟ ଚାନ୍ଦବାଲି ପଞ୍ଚାୟତ ଅଫିସରେ ଧଶେଇ ପଶିଛନ୍ତି ଉତ୍ତ୍ୟକ୍ତ ଲୋକେ। ଅନ୍ୟପଟେ ଚାନ୍ଦବାଲି ରାମପଲ୍ଲୀ ସ୍ଥିତ ଅଭିଯୁକ୍ତର ଘର ଭାଙ୍ଗିଛନ୍ତି ସ୍ଥାନୀୟବାସିନ୍ଦା। ସେପଟେ ଘଟଣାକୁ ନେଇ ରାଜନୀତି ବି ତେଜିଛି। ବିଜେଡି ଘଟଣା ପାଇଁ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛି।
ସୂଚନା ଅନୁସାରେ ମଙ୍ଗଳବାର ଭଦ୍ରକ ଜିଲା ଚାନ୍ଦବାଲି ଏନଏସି ଅନ୍ତର୍ଗତ ବାଲିଗାଁ ସମବାୟ ସମିତି କାର୍ଯ୍ୟାଳୟ ପଛ ପଟ ବଣ ଭିତରୁ ଜଣେ ନାବାଳିକା(୧୧)ର ମୃତଦେହ ଉଦ୍ଧାର ହୋଇଛି। ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ବ୍ୟବସ୍ଥା କରାଇଛି। ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ ଜମିବା ସହ ଉତ୍ତେଜନା ଲାଗି ରହିଛି।
ପୁଲିସ୍ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଚାନ୍ଦବାଲିର ବାବୁଲ ଦାସ। ଉତ୍ୟକ୍ତ ଗାଁ ଲୋକେ ଅଭିଯୁକ୍ତଙ୍କ ଘରକୁ ଭାଙ୍ଗି ଦେଇଛନ୍ତି।ଏଭଳି ସମ୍ବେଦନଶୀଳ ଘଟଣାରେ ମାନ୍ୟବର କମିସନଙ୍କ ଟିମ୍ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ସମ୍ପୃକ୍ତ ଛାତ୍ରୀଙ୍କ ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷତ୍ତି ପୂରଣ ଦେବାପାଇଁ ଜାତୀୟ ମାନବ ଅଧିକାର କମିସନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର 29337/2025 ରେ କେସ ଓଡ଼ିଶା ଏନପିଏଲପି ସଭାପତି ସୁବ୍ରତ କୁମାର ଦାଶଙ୍କ ପକ୍ଷରୁ ଦାୟର କରାଯାଇଛି।