ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜି ଭାରତ ଇତିହାସରେ ଯୋଡି ହେଲା ନୂଆ ଫର୍ଦ୍ଦ। ଚନ୍ଦ୍ରାୟାଣ -3 ସତୀଶ ଧାୱନ ସ୍ପେସ ସେଣ୍ଟରରୁ ହେଲା ଉତକ୍ଷେପଣ। କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩। କକ୍ଷପଥରେ ପହଞ୍ଚିବା ପରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ରିସର୍ଚ୍ଚ ସେଣ୍ଟରରେ ସେଲିବ୍ରେସନ ଦେଖିବାକୁ ମିଳିଛି। କକ୍ଷପଥରେ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପରେ ISRO ରେ ଖୁସି।
ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ ପି ବିରମୁଥୁବେଲ ଏବଂ ଆଇଏସଆରଓ ମୁଖ୍ୟ ଏସ ସୋମନାଥଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଥିଲା। ISRO କହିଛି ଯେ ଚନ୍ଦ୍ରଯାନ-3 ଏହାର ସଠିକ୍ କକ୍ଷପଥରେ ଚନ୍ଦ୍ର ଆଡକୁ ଯାତ୍ରା ଆରମ୍ଭ କରିଛି। ମହାକାଶଯାନ ସ୍ୱାସ୍ଥ୍ୟ ସ୍ୱାଭାବିକ। ବର୍ତ୍ତମାନ ଚନ୍ଦ୍ରକୁ ଯାତ୍ରା ଆରମ୍ଭ କରିବା ପାଇଁ କକ୍ଷପଥରେ ସ୍ଥାନିତ ହୋଇଛି । ପ୍ରଧାନମନ୍ତ୍ରୀ ଏନେଇ ଶୁଭେଚ୍ଛା ଜଣାଇଛନ୍ତି।
ଚନ୍ଦ୍ରଯାନ -3 ଭାରତର ମହାକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଲେଖିଛି । ଏହା ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ଏବଂ ଅଭିଳାଷକୁ ଉଚ୍ଚ କରି ଉଡ଼ୁଛି । ଏହି ମହତ୍ତ୍ଵପୂର୍ଣ୍ଣ ସଫଳତା ଆମର ବୈଜ୍ଞାନିକଙ୍କ ନିରନ୍ତର ଉତ୍ସର୍ଗର ସାକ୍ଷୀ । ମୁଁ ତାଙ୍କ ଆତ୍ମା ଏବଂ ପ୍ରତିଭାକୁ ନମସ୍କାର କରୁଛି। ସୂଚନାଥାଉ କି, ୨୦୦୮ରେ ଭାରତର ପ୍ରଥମ ମୁନ୍ ମିଶନ ଥିଲା ଚନ୍ଦ୍ରୟାନ-୧ । ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା ।
ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରୟାନ-୨ ମିଶନ୍ ।ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଥିଲେ ବି, ଲ୍ୟାଣ୍ଡର ବିକ୍ରମର ସଫ୍ଟଲ୍ୟାଣ୍ଡିଂ ସମ୍ଭବ ହୋଇପାରି ନଥିଲା । କ୍ରାଶ୍-ଲ୍ୟାଣ୍ଡିଂ ଯୋଗୁଁ ଅଧୁରା ରହିଯାଇ ଥିଲା ଚନ୍ଦ୍ରପୃଷ୍ଠରେ ରୋଭର୍ ଗଡ଼ାଇବା ସ୍ୱପ୍ନ ।