ପୃଥିବୀର ଫଟୋ ପଠାଇଲା ଚନ୍ଦ୍ରଯାନ-୩, ନୀଳ ପୃଥିବୀ ପୃଷ୍ଠ ଉପରେ ଶୁଭ୍ର ଭସା ବାଦଲର ଚାଦର

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଇତିହାସ ରଚିବାକୁ ଯାଉଛି ଇସ୍ରୋ। ଗୋଟିଏ ପରେ ଘୋଟିଏ ସଫଳତାର ପାହାଚ ଚଢୁଛି ଚନ୍ଦ୍ରଯାନ-୩ । ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରାୟନ-୩। ଚନ୍ଦ୍ରର କକ୍ଷପଥରେ ପହଞ୍ଚିସାରିଛି ଚନ୍ଦ୍ରାୟନ। ତେବେ ଚନ୍ଦ୍ରଯାନ ଲ୍ୟାଣ୍ଡର ଇମେଜର କ୍ୟାମେରା ପୃଥିବୀ ଏବଂ ଚନ୍ଦ୍ରର ଫଟୋ ପଠାଇଛି। ଯାହାକୁ ଇସ୍ରୋ ଏକ୍ସ ହ୍ୟାଣ୍ଡେଲରେ ଶୟାର କରିଛି। ଚନ୍ଦ୍ରର ତୃତୀୟ କକ୍ଷପଥରେ ପହଞ୍ଚିବାର ଗୋଟିଏ ଦିନ ପରେ ଚନ୍ଦ୍ରୟାନ ୩ ଏହି ଫଟୋକୁ ଲ୍ୟାଣ୍ଡର ହୋରିଜୋଣ୍ଟାଲ ଭେଲୋସିଟି (ଏଲଭିସି) କ୍ୟାମେରାରୁ କଏଦ କରିଛି। ଇସ୍ରୋ ଟ୍ବିଟ୍‌ କରି ସୂଚନା ଦେଇଛି ଯେ, ବୁଧବାର ଚନ୍ଦ୍ରୟାନ ୩ ଚନ୍ଦ୍ର ଆହୁରି ନିକଟତର ହୋଇଛି। ଚନ୍ଦ୍ରଯାନକୁ ୧୪୭କିମି ଡ ୧୪୩୭କିମି ର ବାଟ ଅତିକ୍ରମ କରବାର ବାକି ଅଛି। ଅଗଷ୍ଟ ୧୪ ତାରିଖ ୧୧.୩୦ରୁ ୧୨.୩୦ ଚନ୍ଦ୍ରଯାନ ପାଇଁ ଆଉ ଏକ ଘଡିସନ୍ଧି ମୁହୁର୍ତ୍ତ।

ଚନ୍ଦ୍ରଯାନ-୩ ଇସ୍ରୋକୁ କିଛି ଫଟୋ ପ୍ରେରଣ କରିଛି । ନୀଳ ପୃଥିବୀ ପୃଷ୍ଠ ଉପରେ ଶୁଭ୍ର ଭସା ବାଦଲର ଚାଦର । ଖୁବ ଆକର୍ଷଣୀୟ ଦିଶୁଛି ଧରିତ୍ରୀ । ୧୪ ଜୁଲାଇରୁ ଜହ୍ନ ରାଇଜକୁ ଯାତ୍ରା କରିଥିବା ଚନ୍ଦ୍ରଯାନ-୩ ଏବେ ଲଗାତର ଫଟୋ ପଠାଇବାରେ ଲାଗିଛି । ଆଉ ପଚାରିଛି ଆଉ ଫଟୋ ପଠାଇବି କି ? ମହାକାଶରେ ପହଞ୍ଚିବା ପରେ ଲ୍ୟାଣ୍ଡରରେ ଲାଗିଥିବା ଲ୍ୟାଣ୍ଡର ଇମେଜର ବା କ୍ୟାମେରା ଏହି ସବୁ ଫଟୋ ପଠାଇବାରେ ଲାଗିଛି । ଚନ୍ଦ୍ରପୃଷ୍ଠରେ ଥିବା କିଛି ଗର୍ତ୍ତର ଫଟୋ ବି ପଠାଇଛି ଚନ୍ଦ୍ରଯାନ । ଗତ ୫ ତାରିଖରୁ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷରେ ପହଞ୍ଚି ଘୂରୁଛି ।

ପ୍ରଥମ କକ୍ଷରେ ପହଞ୍ଚିବା ପରେ ଚନ୍ଦ୍ରଯାନ ପ୍ରଥମ ଫଟୋ ପୃଥିବୀକୁ ପ୍ରେରଣ କରିଥିଲା । ଏବେ ଚନ୍ଦ୍ରଯାନ ତୃତୀୟ କକ୍ଷରେ ଘୂରୁଛି ଏବଂ ଫଟୋ ପଠାଉଛି । ୧୪ ଅଗଷ୍ଟରେ ଚନ୍ଦ୍ରଯାନ ଚତୁର୍ଥ କକ୍ଷକୁ ଲମ୍ଫ ଦେବ । ସେହିପରି ୧୬ ଅଗଷ୍ଟରେ ୫ମ କକ୍ଷକୁ ଯିବ । ୧୭ ଅଗଷ୍ଟରେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ । ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ଅଗଷ୍ଟରେ ଦକ୍ଷିଣ ମେରୁରେ ଅବସ୍ଥାପିତ କରାଯିବ । ସେପଟେ ଲ୍ୟାଣ୍ଡିଂ ପାଇଁ ଇସ୍ରୋ ଏବେ ଏବଂ ଭବିଷ୍ୟତ ପାଇଁ ଟ୍ରାଫିକ ସିଷ୍ଟମ ବିକଶିତ କରିବାକୁ ଯୋଜନା କରିଛି ଇସ୍ରୋ ।

Leave A Reply

Your email address will not be published.