ବଦଳିବ ଇଂରାଜୀ ଅପଭ୍ରଂଶ ନାଁ

0

ଓଡ଼ିଆ ନ୍ୟୁଜ୍: ବ୍ରିଟିଶ ଅମଳରୁ ଚାଲି ଆସିଥିବା ଭୁଲରେ ସଂଶୋଧନ ପାଇଁ ନିଷ୍ପତ୍ତି।ବିଭିନ୍ନ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ସଚିବ ଅରବିନ୍ଦ ପାଢ଼ୀ। ଇଂରାଜୀ ନାମ ପରିବର୍ତ୍ତେ ପ୍ରାମାଣିକ ଓଡ଼ିଆ ନାମ ବ୍ୟବହାର କରାଯିବ।ପୂର୍ବରୁ ୧୩ ଜିଲ୍ଳା ପକ୍ଷରୁ ନାମ ପରିବର୍ତ୍ତନ ପ୍ରସ୍ତାବ ଆସିଥିଲା।

ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଜିଲ୍ଲା, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ବ୍ଲକ୍ ଏବଂ ତହସିଲ, ଯେଉଁଠି ବର୍ତ୍ତମାନ ସରକାରୀ ବ୍ୟବହାରରେ ଥିବା ଇଂରାଜୀ ନାମଗୁଡ଼ିକ ସେମାନଙ୍କର ପ୍ରାମାଣିକ ଓଡ଼ିଆ ନାମକରଣର ଅପଭ୍ରଂଶ ରୂପ। ସେ ସବୁ ସ୍ଥାନର ମୂଳ ଓଡ଼ିଆ ନାମଗୁଡ଼ିକୁ ଓଡ଼ିଶା ସରକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି । ଏହିପରି ବିକୃତି, ଆମ ରାଜ୍ୟର ପ୍ରକୃତ ଭାଷାଗତ ଏବଂ ସାଂସ୍କୃତିକ ପରିଚୟକୁ ଭୁଲ୍ ଭାବରେ ପ୍ରତିପାଦନ କରୁଛି ଏବଂ ଓଡ଼ିଆ ଅସ୍ମିତାର ସାରକୁ ମଧ୍ୟ କ୍ଷୁର୍ଣ୍ଣ କରୁଛି । ଯେପରି “ଆଳି'” ତହସିଲର ସରକାରୀ ଇଂରାଜୀ ନାମ “AUL” ଅଛି, ଯାହା ବ୍ରିଟିଶ ଶାସନ ସମୟରେ ଉଚ୍ଚାରଣ ଅସୁବିଧା ଯୋଗୁଁ ପ୍ରଚଳିତ ଏକ ଭୁଲ୍ ବନାନ ଏବଂ ଏହାକୁ ସଂଶୋଧନ କରାଯିବାର ଆବଶ୍ୟକ‌ତା ରହିଛି ବୋଲି ରାଜସ୍ୱ ସଚିବ ଡ. ଅରବିନ୍ଦ ପାଢୀ ଚିଠିରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.