ମେସିଙ୍କୁ ଦେଖିବାକୁ କୋଲକାତାରେ ହଙ୍ଗାମା

0

ଓଡ଼ିଆ ନ୍ୟୁଜ୍: ଷ୍ଟାର ଫୁଟବଲର୍‌ ଲିଓନେଲ ମେସିଙ୍କୁ ଦେଖିବାକୁ ହଙ୍ଗାମା। କୋଲକାତାର ସଲ୍‌ଟ ଲେକ୍‌ ଷ୍ଟାଡିୟମରେ ଫିଙ୍ଗା ଫୋପଡ଼ା। ମେସିଙ୍କ ସହ ସାକ୍ଷାତ ସେଲ୍‌ଫି ନେଇ ନ ହେବାରୁ ତାତିଲେ ସମର୍ଥକ। ମାତ୍ର ୧୦ ମିନିଟ୍‌ ପାଇଁ ଆସିଲେ, ଘେରିଗଲେ ନେତା ଓ ମନ୍ତ୍ରୀ। ଆୟୋଜକ କହିଥିଲେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ ଆସିବେ, ଆସିଲେନି।୧୨ ହଜାର ଟଙ୍କାର ଟିକେଟ୍‌ ଓ ଘଣ୍ଟା ଘଣ୍ଟା ଅପେକ୍ଷାକୁ ନେଇ ହଙ୍ଗାମା।

ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି। ତାଙ୍କର ଗସ୍ତ କୋଲକାତାରୁ ଆରମ୍ଭ ହୋଇଛି। ମେସି ହେଉଛନ୍ତି ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ୍)ର ବ୍ରାଣ୍ଡ ଆମ୍ବାସାଡର। “GOAT India”ରେ ସାମିଲ ହୋଇଛନ୍ତି। ଏହି ଗସ୍ତ ସମୟରେ ସେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ ମଧ୍ୟ ପରିଦର୍ଶନ କରିଥିଲେ। ଏଠାରେ ପ୍ରଶଂସକମାନେ ସକାଳରୁ ଷ୍ଟାରଙ୍କ ଝଲକ ଦେଖିବା ପାଇଁ ଅପେକ୍ଷା କରିଥିଲେ। ତଥାପି ଷ୍ଟାଡିୟମରେ ଏକ ବଡ଼ ହଙ୍ଗାମା ହୋଇଥିଲା।

ସଲ୍ଟ ଲେକ୍ ଷ୍ଟାଡିୟମରେ ମେସି ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା। ପ୍ରଶଂସକମାନେ ମେସିଙ୍କ ଝଲକ ଦେଖିବା ପାଇଁ ଷ୍ଟାଡିୟମର ବ୍ରାକେଟିଂ ଚଢ଼ିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ସେମାନେ ଚେୟାର ଏବଂ ପାଣି ବୋତଲ ଫିଙ୍ଗିବାକୁ ଆରମ୍ଭ କରିଥିଲେ। ବ୍ୟାରିକେଡ୍ ଭାଙ୍ଗି ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। ବାର୍ ପୋଷ୍ଟଗୁଡ଼ିକ ମଧ୍ୟ ଭାଙ୍ଗି ଦେଇଥିଲେ।

Leave A Reply

Your email address will not be published.