ପ୍ରେମିକା ପାଇଁ ଫସିଗଲା ରାଜା ସାହାଣୀ

0

ଓଡ଼ିଆ ନ୍ୟୁଜ୍: ଧରାପଡ଼ିଲା କୁଖ୍ୟାତ ଡକାୟତ ରାଜା ସାହାଣୀ।ଋଷିକେଶରେ ବୁଲୁଥିବା ବେଳେ ମାଡ଼ି ବସିଥିଲା ପୋଲିସ।ଡେରାଡୁନ ପୋଲିସ ସହାୟତାରେ ରାଜା ସାହାଣୀ କାବୁ।ଚୌଦ୍ବାର ଜେଲ୍‌ରୁ ଫେରାର ପରେ ଦିଲ୍ଲୀ ପଳାଇଥିଲା ରାଜା।ପ୍ରେମିକାକୁ ଭେଟିବାକୁ ଦିଲ୍ଲୀ ଯାଇଥିଲା ରାଜା ସାହାଣୀ।ରାଜା ନାଁରେ ଦେଶର ବିଭିନ୍ନ ଥାନାରେ ୨୮ଟି ମାମଲା ରହିଛି।ରାଜାକୁ ଋଷିକେଶର ଏକ ସ୍ଥାନରେ ଦେଖିବା ପରେ ଉଠେଇଥିବା ଫଟୋକୁ କଟକ ଡିସିପି ଓ ସ୍ପେଶାଲ୍ ସ୍କ୍ୱାର୍ଡକୁ ପଠାଇବା ପରେ ସେ ହିଁ ରାଜା ସାହାଣୀ ବୋଲି ସ୍ପଷ୍ଟ ହୋଇଥିଲା । ସେହି ଫଟୋ ଦେଖି ରାଜା ସାହାଣୀର ପିଛା କରିଥିଲା ଡେରା ପକାଇଥିବା ସ୍ପେସାଲ୍ ସ୍କ୍ୱାର୍ଡ।

ପିଛା କରି ରାଜା ସାହାଣୀ ପାଖରେ ପହଞ୍ଚିଥିଲା। ସେହି ଫଟୋ ହିଁ ସଫଳତାରେ ପହଞ୍ଚାଇ ଥିଲା ରାଜା ସାହାଣୀକୁ ଗିରଫ କରିବାରେ । ରାଜା ସାହାଣୀ ପିନ୍ଧିଥିବା ଟି ସାର୍ଟକୁ ମ୍ୟାଚ୍ କରି କଟକ ଡିସିପି ଓ ସ୍ପେଶାଲ୍ ସ୍କ୍ୱାର୍ଡ ରାଜା ସାହାଣୀକୁ ପିଛା କରି ଧରିଥିବା ଫଟୋ ଏବେ ସାମ୍ନାକୁ ଆସିଛି ।

ସୂଚନା ଥାଉକି, ଗାର୍ଲଫ୍ରେଣ୍ଡ ପାଇଁ ଧରାପଡ଼ିଲା ଚୋର ରାଜା। ଦେଶର କୁଖ୍ୟାତ ଚୋର, ଚୌଦ୍ବାର ଜେଲରୁ ଫେରାର ମାରିବା ପରେ ଏଣେତେଣେ ଲୁଚି ବୁଲୁଥିଲା। କିନ୍ତୁ ଉତ୍ତରାଖଣ୍ଡ ଯିବା ପଡ଼ିଛି ମହଙ୍ଗା। ଉତ୍ତରାଖଣ୍ଡର ଏକ ରେଲୱେ ଷ୍ଟେସନରେ ବୁଲୁଥିବା ବେଳେ ଉଠିଥିଲା। ଗାର୍ଲଫ୍ରେଣ୍ଡ ସହ ଋଷିକେଶ ବୁଲିବାକୁ ଯାଇଥିଲା ରାଜା। ଏହାପରେ ଏଇ ଫଟୋକୁ କମିଶନରେଟ୍ ପୋଲିସ୍ ଚିହ୍ନିବା ପରେ ଋଷିକେଶରେ ରାଜାର ସନ୍ଧାନ କରିଥିଲା ପୋଲିସ୍।

ପୋଲିସର ନଜର ଓ ସ୍କାନର୍ ଏଡାଇବା ପାଇଁ ସବୁ ପ୍ରକାର କଳାକୌଶଳ କରୁଥିଲା । ହେଲେ ପ୍ରେମ ହିଁ ତା ପାଇଁ କାଳ ସାଜିଲା । ସ୍ୱାମୀ ପରିତ୍ୟକ୍ତା ପ୍ରେମିକା ‘ସୋନି’ର ଜିଦ୍ ଆଗରେ ମୁଣ୍ଡ ନୁଆଁଇ ବୁଲିଯାଇଥିଲା ରିଷିକେଶ୍ । ସୋନିର ଫୋନ୍ ହିଁ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀର ୬ ମାସର ଲୁଚକାଳି ଖେଳ ଖତମ୍ କରିଦେଲା । – ଚୌଦ୍ୱାର ଜେଲ୍ରୁ ଗଲା ଅକ୍ଟୋବର ୩ ତାରିଖରେ ଫେରାର ହୋଇଥିବା ବିହାରର ଦୁର୍ଦ୍ଦାନ୍ତ ଡକାୟତ ରାଜା ସାହାଣୀର ଧରାପଡିଥିଲା ଏମିତି ।

Leave A Reply

Your email address will not be published.