କୁନୋ ଜାତୀୟ ଉଦ୍ୟାନରେ ଖୁସିର ଲହରୀ, ଚିତାବାଘ ସିୟାୟା ଜନ୍ମ ଦେଲା ୪ ଛୁଆ

0

ଭୋପାଳ(ଓଡ଼ିଆ ନ୍ୟୁଜ୍): ଚିତାବାଘ ଶାଶାର ମୃତ୍ୟୁ ପରେ କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର। ୪ ଛୁଆଙ୍କୁ ଜନ୍ମ ଦେଲା ଚିତାବାଘ ସିୟାୟା। ଏନେଇ ପରିବେଶ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ନିଜ ଟ୍ୱିଟରେ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି, ଯେଉଁଥିରେ ବାଘ ଛୁଆ ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଟ୍ୱିଟ୍ କରିଛନ୍ତି ଯେ ଅମୃତ କାଳ ସମୟରେ ଆମର ବନ୍ୟଜନ୍ତୁ ସଂରକ୍ଷଣ ଇତିହାସରେ ଏକ ସ୍ମରଣୀୟ ଘଟଣା! ମୁଁ ସୂଚନା ଦେଇ ଖୁସି ଯେ ସେପ୍ଟେମ୍ବର ୧୭, ୨୦୨୨ରେ ଭାରତକୁ ଆସିଥିବା ୮ଟି ଚିତା ମଧ୍ୟରୁ ଗୋଟିଏ ଚିତା ୪ଛୁଆକୁ ଜନ୍ମ ଦେଇଛି। ଏନେଇ ପରିବେଶ ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି।

https://twitter.com/byadavbjp/status/1640989652239925249?s=20

ସେ ନିଜ ଟ୍ୱିଟରେ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି, ଯେଉଁଥିରେ ବାଘ ଛୁଆ ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି। ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଟ୍ୱିଟ୍ କରିଛନ୍ତି ଯେ ଅମୃତ କାଳ ସମୟରେ ଆମର ବନ୍ୟଜନ୍ତୁ ସଂରକ୍ଷଣ ଇତିହାସରେ ଏକ ସ୍ମରଣୀୟ ଘଟଣା! ମୁଁ ସୂଚନା ଦେଇ ଖୁସି ଯେ ସେପ୍ଟେମ୍ବର ୧୭, ୨୦୨୨ରେ ଭାରତକୁ ଆସିଥିବା ୮ଟି ଚିତା ମଧ୍ୟରୁ ଗୋଟିଏ ଚିତା ୪ଛୁଆକୁ ଜନ୍ମ ଦେଇଛି। ତେ‌ବେ ମାର୍ଚ୍ଚ ୨୭ରେ ଶାଶା ନାମକ ଚିତା କିଡନୀ ସଂକ୍ରମଣ ପାଇଁ ମୃତ୍ୟୁବରଣ କରିବା ପରେ ଏହା ସରକାରଙ୍କ ଚିନ୍ତା ବଢ଼ାଇଥିଲା। ହେଲେ ଏବେ ସିୟାୟା ୪ଛୁଆଙ୍କୁ ଜନ୍ମ ଦେବାରୁ ଦେଶରେ ଖୁସିର ଲହରୀ ଖେଳିଯାଇଛି।

ସୂଚନାଯୋଗ୍ୟ, ୧୭ ସେପ୍ଟେମ୍ବରରେ ୭୨ ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସ୍ୱତନ୍ତ୍ର ଉପହାର ଦେଇଥିଲେ। ନିଜର ଏହି ଖାସ ଦିନରେ ନାମିବ୍ୟାରୁ ପ୍ରଥମ ପର୍ଯ୍ୟାୟରେ ୮ଟି ଚିତା ବାଘଙ୍କୁ ଭାରତ ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡ଼ି ଦେଶବାସୀଙ୍କୁ ଉପହାର ଦେଇଥିଲେ । କେବଳ ସେତିକି ନୁହେଁ ନିଜେ ହାତରେ କ୍ୟାମେରା ଧରି ଚିତାଙ୍କ ଫଟୋ ଉଠାଇଥିଲେ ମୋଦି । ଦୀର୍ଘ ୭୦ ବର୍ଷ ପରେ ଭାରତ ମାଟିରେ ଚିତା ପାଦ ରଖିଥିବାରୁ ମୋଦୀ ଏହାକୁ ଐତିହାସିକ ମୁହୂର୍ତ ଭାବେ ବର୍ଣ୍ଣନା କରିଥିଲେ । ସ୍ୱାଧିନତାର ଅମୃତକାଳରେ ଦେଶ ନୂତନ ଶକ୍ତି ସହ ଚିତା ପୁନଃରୁଦ୍ଧାରରେ ଲାଗିପଡିଥିବା କହିଥିଲେ ପ୍ରଧାନମନ୍ତ୍ରୀ ।

ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ କୁନୋ ଜାତୀୟ ଉଦ୍ୟାନରେ ପୁଣି ୧୨ଟି ଚିତାଙ୍କୁ ଆଣି ଛଡ଼ାଯାଇଥିଲା। ନାମିବିୟାରୁ ୮ଟି ଚିତା ଆସିବାର କିଛି ମାସ ପରେ ଦ୍ବିତୀୟ ବ୍ୟ‌ାଚ୍‌ ଚିତାଙ୍କୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରୁ ଅଣାଯାଇଥିଲା। ବାୟୁସେନାର ସି-୧୭ ବିମାନରେ ଏହି ଚିତାମାନଙ୍କୁ ଭାରତ ଅଣାଯାଇଥିଲା। ପ୍ରାୟ ୧୦ ଘଣ୍ଟାର ଯାତ୍ରା ପରେ ଚିତା ଗ୍ବାଲିୟର ବା‌ୟୁସେନା ଘାଟିରେ ପହଞ୍ଚିଥିଲେ। ପରେ ସେମାନଙ୍କୁ କୁନୋ ଜାତୀୟ ଉଦ୍ୟାନ ନିଆଯାଇଥିଲା। ଏଥିରେ ୭ଟି ଅଣ୍ଡିରା ଏବଂ ୫ଟି ମାଈ ଚିତା ଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ଚିତାମାନଙ୍କୁ  କୁନୋ ଜାତୀୟ ଉଦ୍ୟାନର କ୍ବାରାଣ୍ଟିନ୍‌ ଏନ୍‌କ୍ଲୋଜରରେ ଛାଡ଼ିଥିଲେ। ଉଲ୍ଲେଖଯୋଗ୍ୟ, ନାମିବିୟାରୁ ଆସିଥିବା ପ୍ରଥମ ବ୍ୟାଚ୍‌ ଚିତାଙ୍କୁ ଗତବର୍ଷ ସେପ୍ଟେମ୍ବର ୧୭ରେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଚିତାମାନଙ୍କୁ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା।

Leave A Reply

Your email address will not be published.