ସବୁ ସରକାରୀ କାର୍ଯ୍ୟାଳୟରେ ପାଳନ ହେବ ଛେନାପୋଡ଼ ଦିବସ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ଛେନାପୋଡ଼ର ଆକ୍ଷରିକମାନେ ପୋଡ଼ା ଜାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା । ଏହା ବାଦାମି ହେବାଯାଏଁ ଏହାକୁ ପୋଡ଼ାଯାଇ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କର ଛପନ ଭିତରୁ ଗୋଟିଏ ।

ଅପ୍ରେଲ ୧୧ ତାରିଖରେ ପାଳନ ହେବାକୁ ଯାଉଛି ବିଶ୍ବ ଛେନାପୋଡ ଦିବସ । ନୟାଗଡ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ଦିବସ ପାଳନ କରାଯିବ । ଏନେଇ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଜିଲ୍ଲା ପ୍ରଶାସନ ନୟାଗଡ ଛେନାପୋଡକୁ GI ଟ୍ୟାଗ ପାଇଁ ସମସ୍ତ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି ।

ଏହି ପରିପ୍ରେକ୍ଷୀରେ ନୟାଗଡର ପ୍ରଥମ ଛେନାପୋଡ ନିର୍ମାତା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଅପ୍ରେଲ ୧୧ ତାରିଖରେ ଛେନା ପୋଡ କାଟି ଉତ୍ସବ ମନାଇବାକୁ ଜିଲ୍ଲା ପ୍ରଶାସନ ଆହ୍ବାନ କରିଛି।

ତେବେ ଜିଲ୍ଲା ପ୍ରଶାସନର ଏଭଳି ଏକ ପ୍ରଶଂସନୀୟ ଆହ୍ବାନକୁ କିଛି ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ସମାଜସେବୀ ପ୍ରଂଶସା କରିଛନ୍ତି । ସେହିଭଳି ଜିଲ୍ଲାର କିଛି ସ୍ବେତ୍ସାସେବୀ ଯୁବକ ରାଜଧାନୀ ଭୁବନେଶ୍ବରରେ ଛେନାପୋଡ ଦିବସର ପ୍ରଚାର ପ୍ରସାର ପାଇଁ ଦିନ ରାତି ଏକ କରି ଉଦ୍ୟମ ଚଳାଇଛନ୍ତି ।

Leave A Reply

Your email address will not be published.