ବାତ୍ୟା ମିଗ୍‌ଜୋମ୍‌ର ପ୍ରଭାବରେ ଚେନ୍ନାଇ ବେହାଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାତ୍ୟା ମିଗ୍‌ଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପରିସ୍ଥିତି ବେହାଲ ହୋଇପଡିଛି। ଏବେ ମଧ୍ୟ ଚେନ୍ନାଇରେ ଜଳ ଦୁର୍ଦ୍ଦଶା ଜାରି ରହିଛି। ରାସ୍ତାରେ ପାଣି ଲହଡି ଭାଙ୍ଗୁଥିବା ବେଳେ ଅଧିକାଂଶ ସ୍ଥାନରେ ପାଣି ପଶି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।

ଲୋକଙ୍କ ଘର ଭିତରେ ମଧ୍ୟ ପାଣି ପଶିଛି। ଏହା ମଧ୍ୟରେ ଚେନ୍ନାଇରେ ବାତ୍ୟା ମିଗ୍‌ଜୋମ୍‌ ପାଇଁ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚି ସାରିଛି। ଅନେକ ହୋଟେଲରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। ଲୋକେ ନିଜ ନିଜର ଗୃହପାଳିତ ପଶୁଙ୍କୁ ଧରି ଆଶ୍ରୟ ଖୋଜୁଛନ୍ତି। ଡିସେମ୍ବର ୫ରେ ବାତ୍ୟା ମିଗ୍‌ଜୋମ୍‌ ସ୍ଥଳଭାଗ ଛୁଇଁବା ପୂର୍ବରୁ ଓ ପରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଥିଲା |

ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ ବିଦ୍ୟୁତ୍‌ ଆଘାତ କାରଣରୁ ୧୦ଟି ଘଟଣା ସାମ୍ନାକୁ ଆସିଛି। ସେମାନଙ୍କ ଚିକିତ୍ସା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବାତ୍ୟା ‘ମିଗ୍‌ଜୋମ୍‌’ କେନ୍ଦ୍ରୀୟ ଉପକୂଳ ଆନ୍ଧ୍ରପ୍ରଦେଶରେ ଏକ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇଛି ବୋଲି ବୁଧବାର ଭାରତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.