ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ। ୯ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଅଫିସ ପିଅନ କାହ୍ନୁ ସାହୁଙ୍କ ଜରିଆରେ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ।୩ଟି ଜାଗା ମ୍ୟୁଟେସନ୍ କେସ୍‌ ପାଇଁ ଓକିଲଙ୍କ ଜରିଆରେ ନେଉଥିଲେ ଟଙ୍କା। ଉଭୟଙ୍କୁ ଭିଜିଲାନ୍ସ ଟିମ ଅଟକ ରଖି ତଦନ୍ତ ଜାରି ରଖିଛି।

ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ ଜମି ମ୍ୟୁଟେସନ ମାମଲାର ସପକ୍ଷରେ ଆଦେଶନାମା ପ୍ରଦାନ କରିବା ପାଇଁ ପ୍ରକାଶ ୯,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। କାମରେ ଅହେତୁକ ବିଳମ୍ବ କରି ସେ ଜଣେ ଆଇନଜୀବୀଙ୍କ ଜରିଆରେ ଏହି ଟଙ୍କା ଦାବି କରିଥିଲେ।ଆଇନଜୀବୀଙ୍କ ଅଭିଯୋଗ କ୍ରମେ ଭିଜିଲାନ୍ସ ପକ୍ଷରୁ ଏକ ଟ୍ରାପ୍ ପ୍ରସ୍ତୁତ କରାଯାଇଥିଲା। ବୁଧବାର ଆଇନଜୀବୀଙ୍କଠାରୁ ୯,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଉଭୟ ଅତିରିକ୍ତ ତହସିଲଦାର ଓ ପିଅନଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ସମସ୍ତ ରାସାୟନିକ ବୋଳା ଟଙ୍କା ଜବତ କରାଯାଇଛି।

ଏହି ଗିରଫଦାରୀ ପରେ ଭିଜିଲାନ୍ସ ପକ୍ଷରୁ ନାୟକଙ୍କ ସହ ଜଡ଼ିତ ତିନୋଟି ସ୍ଥାନ ଏବଂ ପିଅନଙ୍କ ଗୋଟିଏ ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ (DA) ସନ୍ଦେହରେ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.