ଓଡ଼ିଆ ନ୍ୟୁଜ୍: ଜଳସେଚନ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ଜଳସେଚନ ସେଣ୍ଟ୍ରାଲ ସର୍କଲ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କର ବିପୁଳ ସମ୍ପତ୍ତି। ୨ଟି ଚାରି ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ।୫ଟି ପ୍ଲଟ୍ ସହ ୩ ହଜାର ବର୍ଗଫୁଟର ଏକ ୩ ମହଲା କୋଠା ଠାବ।ଢେଙ୍କାନାଳରେ ରହିଛି ବାବୁଙ୍କର ୪ହଜାର ବର୍ଗଫୁଟ୍ର ଫାର୍ମ ହାଉସ୍।ବାବୁଙ୍କ ଘରୁ ନଗଦ ୬.୨୩ ଲକ୍ଷ ଟଙ୍କା ସହ ୬୦ ଲକ୍ଷର ଜମା ରାଶି ଠାବ।ବିମାନ ଯାତ୍ରାରେ ବାବୁ ଖର୍ଚ୍ଚ କରିଛନ୍ତି ୧୩. ୪୭ ଲକ୍ଷ ଟଙ୍କା।
ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରୁ ମିଳିଲାଣି ନଗଦ ୬ ଲକ୍ଷ ୨୦ ହଜାର ଟଙ୍କା । ଭୁବନେଶ୍ବର ବରମୁଣ୍ଡା ସ୍ଥିତ ବାସଭବନରୁ ଏସବୁ ଟଙ୍କା ଠାବ କଲାଣି ଭିଜିଲାନ୍ସ ଟିମ୍ । ପୁଳାପୁଳା ଟଙ୍କା ସାଙ୍ଗକୁ ବିପୁଳ ପରିମାଣର ସୁନା ଅଳଙ୍କାର ସହ ଦାମୀ ଘଣ୍ଟା ଆଉ ଚଷମା ଠାବ ହୋଇଛି । ଯନ୍ତ୍ରୀ ବାବୁଙ୍କ ଏଭଳି ବିଳାସପୂର୍ଣ୍ଣ ଜୀବନଶୈଳୀ ଦେଖି ତାଜୁବ ହୋଇଛନ୍ତି ଖୋଦ୍ ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁରରେ ଚାଲିଛି ଚଢ଼ାଉ।