କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ଅତିଥି ଭାବେ ଯୋଗ ଦେଲେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି : ଦେଲେ ଦିକ୍ଷାନ୍ତ ଅଭିଭାଷଣ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକସ୍ଥିତ ଓଡିଶା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏମ ଆର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡିଶା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳାଧିପତି ଜଷ୍ଟିସ ଡକ୍ଟର ଏସ ମୁରଲୀଧର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ଼ ଏହି ସମାବର୍ତ୍ତନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଉଦବୋଧନରେ କହିଥିଲେ ଯେ ମୁଁ ସିଭିଲ ସର୍ଭିସରେ ଯୋଗ ଦେବାକୁ ଚାହିଁଥିଲି। ଆମ ସମୟରେ ମେଧାବୀ ମାନେ ଡାକ୍ତର କିମ୍ବା ଇଂଜିନିୟର ହେବାକୁ ଚାହୁଁଥିଲେ କିନ୍ତୁ ଏବେ ମେଧାବୀ ମାନଙ୍କର ପ୍ରଥମ ପସନ୍ଦ ହେଇଛି ଆଇନ ଶିକ୍ଷା।
ନବମ ସମାବର୍ତ୍ତନ ଉତ୍ସବରେ ୨୧୧ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣଙ୍କୁ ପିଏଚଡି ଡିଗ୍ରୀ, ୩୮ ଜଣଙ୍କୁ ଏଲଏଲଏମ ଡିଗ୍ରୀ, ୧୧୩ ଜଣଙ୍କୁ ବିଏ ଏଲଏଲବି, ୫୯ ଜଣଙ୍କୁ ବିବିଏ ଏଲଏଲବି ଡିଗ୍ରୀ ପ୍ରଦାନ କରାଯାଉଛି। ଆଜିର ସମାବର୍ତ୍ତନ ଉତ୍ସବରେ ୨୨ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନବମ ସମାବର୍ତ୍ତନ ଉତ୍ସବରେ ଆଇନରେ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏମ ଆର ଶାହା ଆଇନ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଜଣେ ସଫଳ ଓକିଲ ହେବା ପାଇଁ ଚାରୋଟି ପି ର ଆବଶ୍ୟକ ରହିଛି। ପ୍ରିପାରେସନ, ପରଫେକସନ, ପ୍ରେଜେଣ୍ଟେସନ ଓ ପୋଲାଇଟିନେସ ଜଣେ ସଫଳ ଓକିଲ ହେବାପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ରଖିଥିଲେ।