ମୟୁରଭଞ୍ଜରେ ସାଂସଦ ଓ ବିଧାୟକଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୁରଭଞ୍ଜ ଜିଲ୍ଲାରେ ମାରାଥନ ପ୍ରଚାର କରିଛନ୍ତି। ବିଜେଡି ସାଂସଦ ଓ ବିଧାୟକ ପ୍ରାଥିଙ୍କ ନିମନ୍ତେ ଜିଲ୍ଲାର ଦୁଇଟି ସ୍ଥାନ ରାଇରଙ୍ଗପୁର ଏବଂ ବାରିପଦାରେ ନିର୍ବାଚନୀ ପ୍ରଚାର କରି ଜନସାଧାରଣ ସମର୍ଥନ ଲୋଡ଼ିବା ସହ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ୍ କରିଛନ୍ତି। ରାଇରଙ୍ଗପୁର ସ୍ଥିତ କଚେରୀ ପଡ଼ିଆ ଓ ବାରିପଦା ସ୍ଥିତ ଛଉ ପଡ଼ିଆ ଠାରେ ସମାବେଶ ଅନୁଷ୍ଠିତ ହୋଇଛି। ଲକ୍ଷ ଲକ୍ଷ ସଂଖ୍ୟକ ଜନସାଧାରଣଙ୍କ ଉପସ୍ଥିତରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଆପଣ ମାନେ ଏତେ ଖରାରେ ଆସିଛନ୍ତି, ତେଣୁ ଧନ୍ୟବାଦ ଜଣାଇଛନ୍ତି। ବିଏସକେୱାଇ ଯୋଜନା ଭଲ କି ? ଲଷ୍ମୀ ବସ ଭଲ କି? ମମତା ଯୋଜନା, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା, ନବୀନ ପଟ୍ଟନାୟକ ଭଲ କି? ଶଙ୍ଖ ଚିହ୍ନ ଭଲ କି? ପଚାରିଥିଲେ। ଜୁଲାଇରୁ ଆଉ ବିଜୁଳି ବିଲ ଆସିବ ନାହିଁ। ବିରୋଧୀ ସବୁ ବେଳ ମିଛ କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତେଣୁକରି ତାଙ୍କୁ ଉଚିତ ଜବାବ ଦେବାକୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ସହିତ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଆୟୋଜିତ ଜନସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି। ରାଜ୍ୟ ସରକାର ଆଦିବାସୀ ଭାଇଭଉଣୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ସେମାନଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ଦେବସ୍ଥଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପଦକ୍ଷେପ ନେଇଆସୁଛନ୍ତି। ଆଦିବାସୀ ମାନଙ୍କ ଉପରେ ଥିବା ୫୦ ହଜାର ମାମଲା ରଦ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ପାଣ୍ଡିଆନ କହିଥିଲେ।

ପାଣ୍ଡିଆନ ବିଜେଡି ସରକାରର ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସହିତ ସାରା ଦେଶରେ ସବୁଠାରୁ ଅଧିକ ଆଦିବାସୀ ଛାତ୍ରାବାସ ଓଡ଼ିଶାରେ ନିର୍ମାଣ ହୋଇଛି ବୋଲି କହିଥିଲେ। ଆସନ୍ତା ଜୁନରେ ମୁଖ୍ୟମନ୍ତ୍ରୀ ପୁନର୍ବାର ଶପଥ ଗ୍ରହଣ କରିବେ। ଶପଥ ନେବା ପରେ ସର୍ବପ୍ରଥମେ ବିଜୁଳି ବିଲ୍‌‌ ଛାଡ଼ ଘୋଷଣା ଉପରେ ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ। ଏହାପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ୨ୟ ଦସ୍ତଖତ କରିବେ। ସେହିପରି ୩ୟରେ ମୁଖ୍ୟମନ୍ତ୍ରୀ ମିଶନଶକ୍ତି ଯୋଜନାରେ ମହିଳା ମାନଙ୍କୁ ପେନସନ୍‌‌ ଦେବା ଘୋଷଣାରେ ଦସ୍ତଖତ କରିବେ ବୋଲି ପାଣ୍ଡିଆନ କହିଥିଲେ। ଜନସମାବେଶରେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ ଯୋଗ ଦେଇ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

Leave A Reply

Your email address will not be published.