ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଯାଇ ସେଠାକାର ଓପନିଂ ବେଲ୍ ବଜାଇଥିଲେ । ସକାଳ ଠିକ୍ ୧୦. ୫୯ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ବେଲ୍ ବଜାଇ ଷ୍ଟକ୍ ଏକ୍ସଚେଞ୍ଜ ଟ୍ରେଡିଂ ଆରମ୍ଭର ସଙ୍କେତ ଦେଇଥିଲେ । ସେଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଅଧ୍ୟକ୍ଷ ଏସ ଏସ ମୁନ୍ଦ୍ରା ଉପସ୍ଥିତ ଥିଲେ ।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଦୈନନ୍ଦିନ ବ୍ୟବସାୟ ଆରମ୍ଭ ପୂର୍ବରୁ ଓପନିଂ ବେଲ୍ ବାଜିବା ଏକ ପରମ୍ପରା । ଓପନିଂ ବେଲ୍ ବାଜିବାର ୧୫ ମିନିଟ୍ ପରେ ବ୍ୟବସାୟ ଆରମ୍ଭ ହୋଇଥାଏ । ବିଭିନ୍ନ ସମୟରେ ବିଶିଷ୍ଟ ବ୍ୟକ୍ତିଙ୍କୁ ଓପନିଂ ବେଲ୍ ବଜାଇବାକୁ ବିଏସଇ ପକ୍ଷରୁ ଆମନ୍ତ୍ରଣ କରାଯାଇଥାଏ । ଅତୀତରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅମିତାଭ ବଚନ, ଶାହାରୁଖ ଖାନ୍, ଯୋଗୀ ଆଦିତ୍ୟନାଥଙ୍କୁ ଏହି ଆମନ୍ତ୍ରଣ ମିଳିଥିଲା ।
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ମିଳିବା ଏହା ପ୍ରଥମ ଘଟଣା । ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଯାଇ ଓପନିଂ ବେଲ୍ ରିଙ୍ଗିଙ୍ଗ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଲ୍ ବଜାଇଛନ୍ତି । ଏହାପରେ ବିଏସଇ ଅଧ୍ୟକ୍ଷ ଏବଂ ଅନ୍ୟମାନଙ୍କ ଗହଣରେ ସେ ଷ୍ଟକ୍ ଏକ୍ସଚେଞ୍ଜ ପରିଦର୍ଶନ କରି କାରବାର ଅନୁଧ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.