ଦିଲ୍ଲୀରୁ କାଲି ରୋମ୍‌ ବାହାରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: WFPର ମୁଖ୍ୟାଳୟରେ ଅନୁଷ୍ଠିତ କର୍ଯ୍ୟକ୍ରମରେ ଦେବେ ଯୋଗ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀରୁ କାଲି ରୋମ୍‌ ବାହାରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ୱାର୍ଲଡ ଫୁଡ୍‌ ପ୍ରୋଗ୍ରାମ WFPର ମୁଖ୍ୟାଳୟରେ ଅନୁଷ୍ଠିତ କର୍ଯ୍ୟକ୍ରମରେ ଯୋଗ ଦେବେ। ଓଡ଼ିଶା ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ସଫଳ କାହାଣୀ ବିଶ୍ୱ ଦରବାରରେ ଉପସ୍ଥାପିତ କରିବେ ମୁଖ୍ୟମନ୍ତ୍ରୀ। ଦିନେ ଖାଦ୍ୟ ସୁରକ୍ଷା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ରାଜ୍ୟରୁ ଓଡ଼ିଶା ଏବେ ଖାଦ୍ୟ ବଳକା ରାଜ୍ୟ। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ୍‌ ବେସ୍‌ଲିଙ୍କୁ ଭେଟିବେ ନବୀନ ପଟ୍ଟନାୟକ। ୨୦୧୭ ମାର୍ଚ୍ଚରୁ ବେସ୍‌ଲି WFPର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି। ୨୦୨୦ରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ WFPକୁ ମିଳିଥିଲା ନୋବେଲ ଶାନ୍ତି ପୁରସ୍କାର। ଏହି ପୁରସ୍କାରକୁ ଗ୍ରହଣ କରିଥିଲେ ଡେଭିଡ୍‌ ବେସଲି ।… ଗତ ଏପ୍ରିଲ ମାସରେ ତାଙ୍କ କାର୍ଯ୍ୟକାଳ ସରୁଥିଲା। କିନ୍ତୁ ରୁଷ-ୟୁକ୍ରେନ ଯୁଦ୍ଧରୁ ଖାଦ୍ୟ ସଂକଟ ସୃଷ୍ଟି ହେଲା। ତେଣୁ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟ୍ରେସ। ବିଶ୍ୱରେ ଖାଦ୍ୟ ସଂଙ୍କଟ ଦୂର ପାଇଁ ପ୍ରୟାସ ଜାରି ରଖିଛନ୍ତି ଡେଭିଡ୍‌ ବେସଲି।…

 ରୋମ ରହଣୀ ସମୟରେ ଭାଟିକାନ ସିଟିରେ ପୋପ୍‌ ଫ୍ରାନ୍‌ସିସଙ୍କ ସହ ନବୀନଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ପୋପ୍‌ଙ୍କ ପ୍ରତି ସାରା ବିଶ୍ୱରେ ଯେଉଁଭଳି ଶ୍ରଦ୍ଧା ଓ ସମ୍ମାନ ରହିଛି, ସେ ଦୃଷ୍ଟିରୁ ନବୀନଙ୍କ ଏହି ସାକ୍ଷାତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ। ଗତବର୍ଷ ଅକ୍ଟୋବର ମାସରେ ପୋପ୍‌ଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ। ମୋଦିଙ୍କ ସାକ୍ଷାତର ୭ ମାସ ପରେ ପୋପ୍‌ଙ୍କୁ ଭେଟିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ। ଭାରତରୁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଲାଗି ପୋପ୍‌ଙ୍କୁ ଭେଟିବେ।… ପୋପ୍‌ ଫ୍ରାନ୍‌ସିସ୍‌ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ନେଇ ଉଦ୍‌ବେଗ ପ୍ରକାଶ କରି ଆସୁଛନ୍ତି। ଏହାର ମୁକାବିଲା ପାଇଁ ଜରୁରୀ ପଦକ୍ଷେପ ଉପରେ ଗୁରୁତ୍ୱ ଦେଉଛନ୍ତି। ସେପଟେ ଓଡ଼ିଶା ନିୟମିତ ବନ୍ୟାବାତ୍ୟାର ସମ୍ମୁଖୀନ ହେଉଛି। ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ମଡେଲ ଭାବେ ପରିଗଣିତ ହୋଇଛି। ତେଣୁ ଅନୁମାନ କରାଯାଉଛି ଜଳବାୟୁ ପରିବର୍ତ୍ତନ ପ୍ରଭାବର ମୁକାବିଲ ପାଇଁ ଓଡ଼ିଶା ନେଉଥିବା ପଦକ୍ଷେପ ସମ୍ପର୍କରେ ପୋପ୍‌ଙ୍କ ସହ କଥା ହୋଇ ପାରନ୍ତି ନବୀନ।…

Leave A Reply

Your email address will not be published.