ବରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ବରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ | ଟୁକୁର୍ଲାଠାରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ନବ ନିର୍ମିତ କ୍ୟାନସର୍ ହସ୍ପିଟାଲର କରିବେ ଶୁଭ ଉଦଘାଟନ। ଏହାସହ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହାବାଦ୍‌ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପରେ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ହୋଇଛି ବ୍ୟାପକ ବନ୍ଦୋବସ୍ତ।

ଭୁବନେଶ୍ୱରରୁ ହେଲିକ୍ୟାପ୍ଟର ଯୋଗେ ବାହାରି ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୫୦ ମିନିଟରେ ବିଜେପୁର ବ୍ଲକ କନାପାଳିଠାରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ଏହାପରେ କନାପାଲି ପମ୍ପ ହାଉସ ପରିଦର୍ଶନ କରି ଆୟୋଜିତ ସଭାରେ ସାମିଲ ହେବେ । ସେଠାରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ ଆଦିର ଉଦଘାଟନ କରିବେ । ଏହାସହ ଅନ୍ୟ ୫୯ଟି ପ୍ରକଳ୍ପ ଉଦଘାଟନ କରିବା ସହ ୨୧ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଆଜି ଦିନ ୧୦ଟା ୩୦ ମିନିଟରେ ନବୀନ ନିବାସରୁ ବାହାରି ୧୦ଟା ୩୫ ମିନିଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ରେ ବିମାନ ଯୋଗେ ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପ ଅଭିମୁଖେ ଆସିବେ । ଦିନ ୧୧ଟା ୩୦ ମିନିଟ୍‌ରେ ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପରୁ ଅନ୍ୟ ଏକ ବିମାନ ଯୋଗେ ୧୧ଟା ୩୫ ମିନିଟ୍‌ରେ ବିଜେପୁର ବ୍ଲକ କନାପାଲି ପମ୍ପ ହାଉସ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ ଅଭିମୁଖେ ଯିବେ । ଉକ୍ତ ହେଲିପ୍ୟାଡ଼ରେ ୧୧ଟା ୫୦ ମିନିଟ୍‌ରେ ପହଞ୍ଚିବେ । ସେଠାରେ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପର ପମ୍ପ ହାଉସ ପରିଦର୍ଶନ ସହିତ ଉକ୍ତ ପ୍ରକଳ୍ପର ଡେମୋଷ୍ଟ୍ରେଶନ ଦେଖିବାର କାର୍ଯ୍ୟକ୍ରମ ରହିଛି ।

ସେଠାରୁ ନିକଟସ୍ଥ ବିଜେପୁର ଷ୍ଟାଡ଼ିୟମର କାର୍ଯ୍ୟକ୍ରମସ୍ଥଳୀକୁ ଯାଇ ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ନୃସିଂହନାଥ ପୀଠ ରୂପାନ୍ତରୀକରଣ ପ୍ରକଳ୍ପ ସହିତ 59 ଗୋଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ 21 ଗୋଟି ନୂତନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିପରି କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ନ ୧୨ଟା ୨୭ ମିନିଟରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ସତୀଭଟା ଏୟାରଷ୍ଟ୍ରିପକୁ ଯିବେ ଏବଂ ସେଠାରୁ ପୁଣି ୧୨ଟା ୫୫ମିନିଟ୍‌ରେ ବିମାନ ଯୋଗେ ନବୀନ ନିବାସ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି l

Leave A Reply

Your email address will not be published.