ରାଜ୍ୟରେ ଯଥେଷ୍ଟ ରନ୍ଧନ ଗ୍ୟାସ୍‌ ଅଛି: ମୁଖ୍ୟ ଶାସନ ସଚିବ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି।ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପରାମର୍ଶ।ରନ୍ଧନ ଗ୍ୟାସ ଓ ତୈଳ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ସୂଚନା।’ଶିକ୍ଷାନୁଷ୍ଠାନ ଓ ଡାକ୍ତରଖାନାକୁ ରନ୍ଧନ ଗ୍ୟାସ ଯୋଗାଣରେ ସମସ୍ୟା ନାହିଁ’।

ତୈଳ କମ୍ପାନିଙ୍କ କହିବା କଥା ଘରୋଇ LPG ପାଇଁ ଅସୁବିଧା ହେବନି। ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲକୁ କମରସିଆଲ LPG ଯୋଗାଣରେ ମଧ୍ୟ ସମସ୍ୟା ହେବନି। ପ୍ରତିଦିନ PSU ମାନେ LPG ଷ୍ଟକ ନେଇ ସରକାରଙ୍କୁ ରିପୋର୍ଟ କରିବେ। ଘରୋଇ LPGର ବି ଅଭାବ ନାହିଁ। ବୁକିଂ ବି ଠିକ ଭାବେ ହେଉଛି। ଯଦି ଅସୁବିଧା ହେବ, ସରକାରଙ୍କ ଦୃଷ୍ଟିକୁ ଆଣନ୍ତୁ ବୋଲି ଖାଦ୍ୟ ଯୋଗାଣ ସଚିବ ସଞ୍ଜୟ ସିଂ କହିଛନ୍ତି।

Leave A Reply

Your email address will not be published.