ଓଡିଆ ନ୍ୟୁଜ୍(ବ୍ୟୁରୋ):ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ତାଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ହୋଇଛି । ୨୦୨୩ ଫେବ୍ରୁଆରୀ ୨୮ ତାରିଖ ଯାଏ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ୩୧ ତାରିଖରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରୁଥିଲା । ଦ୍ୱିତୀୟ ଥର ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ।
୨୦୨୧ ଜାନୁଆରୀ ୧ ତାରିଖରୁ ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଚାକିରି ୨୦୨୨ ଫେବ୍ରୁଆରୀ ୨୮ ରେ ସରିଥାନ୍ତା । ତେବେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ । ଚଳିତମାସ ଅଗଷ୍ଟ ୩୧ ରେ ତାଙ୍କର କାର୍ଯ୍ୟକାଳ ସରୁଥିଲା । ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳକୁ ଦ୍ୱିତୀୟ ଥର ପାଇଁ ଆଉ ୬ ମାସ ବୃଦ୍ଧି କରିଛନ୍ତି ।