ବିରୁଡ଼ି ଆକ୍ରମଣରେ ଶିଶୁର ମୃତ୍ୟୁ, ଦୁଇ ଗୁରୁତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିରୁଡ଼ି ଆକ୍ରମଣରେ ଶିଶୁର ମୃତ୍ୟୁ, ଦୁଇ ଗୁରୁତର |କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ କାଶିଆ ଗ୍ରାମରେ ବୁଧବାର ବିରୁଡ଼ି ଆକ୍ରମଣରେ ଜଣେ ଶିଶୁକନ୍ୟା ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣା ପଡିଛି।

ପ୍ରାପ୍ତ ସୂଚନା ମୁତାବକ ଗତକାଲି ଅପରାହ୍ନରେ ଗ୍ରାମର ସୁନାମଣି ଲାଗୁରୀଙ୍କ ଶିଶୁକନ୍ୟା ମାଉସୀ ସୁଜାତା ମୁଣ୍ଡାଙ୍କ ସହ ବିଲକୁ ଯାଇଥିଲେ। ସମସ୍ତେ ବିଲରେ କାମ କରୁଥିବା ବେଳେ ଶିଶୁଟି କଡରେ ଥିବା ଏକ ଗଛ ମୂଳେ ଖେଳୁଥିଲେ। ହଠାତ୍ ବିରୁଡ଼ି ପଲ ଆସି ଆକ୍ରମଣ କରିବାରୁ ଶିଶୁ ଚିତ୍କାର କରିଥିଲେ।

ଚିତ୍କାର ଶୁଣି ତାଙ୍କ ଦୁଇ ମାଉସୀ ଦୌଡ଼ି ଆସି ଶିଶୁକୁ ଉଦ୍ଧାର କରିଥିଲେ କିନ୍ତୁ ସେମାନେ ମଧ୍ୟ ବିରୁଡ଼ି ପଲର ଆକ୍ରମଣ ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶକନ୍ୟାର ମୃତ୍ୟୁ ଘଟିଥିବା ବେଳେ ଦୁଇ ଭଉଣୀ ସୁଜାତା ଓ ଲକ୍ଷ୍ମୀ ଚିକିତ୍ସିତ ହେଉଥିବା ଜଣା ପଡିଛି।

Leave A Reply

Your email address will not be published.