ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ଯ ଲିକ ଘଟଣା: ଆବଶ୍ଯକୀୟ କାଗଜପତ୍ର ଦେଖାଇନପାରିବାରୁ ଅଭିଯୁକ୍ତଙ୍କ ଉପରୁ ହଟିଲା ଅଫିସିଆଲ୍‌ ସିକ୍ରେଟ୍‌ ଆକ୍ଟ

0

ବାଲେଶ୍ବର(କେନ୍ୟୁଜ୍): ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ଯ ଲିକ ଘଟଣା । ଘଟଣା ରେ ୫ ଜଣଙ୍କୁ ଗିରଫ କରିଥିଲା ଜିଲ୍ଲା ପୋଲିସ । ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଫିସିଆଲ୍‌ ସିକ୍ରେଟ୍‌ ଆକ୍ଟ ଲାଗିଥିଲା । ଅଫିସିଆଲ୍‌ ସିକ୍ରେଟ୍‌ ଆକ୍ଟ ବାବଦରେ କୋର୍ଟରେ ଆବଶ୍ଯକୀୟ କାଗଜପତ୍ର ସରକାରଙ୍କ ତରଫରୁ ଦାଖଲ କରିପାରିନଥିବାରୁ ଅଫିସିଆଲ୍‌ ସିକ୍ରେଟ ଅକ୍ଟ ୩,୪,୫ ରୁ ମୁଦାଲା ଙ୍କୁ ଡିଶ୍ଚାର୍ଜ୍‌ କରାଗଲା । ସୁଚନା ଅନୁସାରେ ବାଲେଶ୍‌ର ଚାନ୍ଦିପୁର ଥାନା ପୋଲିସ୍‌ ଦ୍ଵାରା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ରୁ ଗୁପ୍ତ ତଥ୍ଯ ପ୍ରଘଟ ଘଟଣା ରେ ଗିରଫ ୫ ଜଣ କର୍ମଚାରୀ କୁ ଗିରଫ କରିଥିଲା ଚାନ୍ଦିପୁର ପୋଲିସ୍‌।

ଏହି ଘଟଣାରେ ଡି ଆର୍‌ ଡି ଓ ର ଠିକା କର୍ମଚାରୀ ବସନ୍ତ ବେହେରା , ହେମନ୍ତ ମିସ୍ତ୍ରୀ , ତାପସ ରଂଜନ ନାୟକ , ସେକ୍‌ ମୁସାଫିର ଓ ସଚିନ କୁମାର କୁ ଗିରଫ କରିଥିଲା ଚାନ୍ଦିପୁର ପୋଲିସ୍‌ । ଗିରଫ ସମସ୍ତେ ଡି ଆର ଡି ଓ ରେ ଠିକା କର୍ମଚାରୀ ଥିବା ବେଳେ ଜଣେ ମାତ୍ର ଡ୍ରାଇଭର ରହିଥିଲା । ସମସ୍ତ ଅଭିଯୁକ୍ତ ଚାନ୍ଦିପୁର ଝାମ୍ପରାହାଟ , ବୁଆଁଳ , ନୂଆନଈ ହୋଇଥିବା ବେଳେ ବସନ୍ତ ମିସ୍ତ୍ରୀ ର ଘର ଚୌଦ୍‌ାର ଆଗ୍ରାହାଟ ସେହିଭଳି ସଚିନ କୁମାର ର ଘର ଉତ୍ତରପ୍ରଦେଶ ରେ । ସମସ୍ତ ଅଭିଯୁକ୍ତ ବିରୁଦ୍ଧରେ ୨୦୨୧ ସେପ୍ଟେମ୍ବର ୧୪ ରେ ଚାନ୍ଦିପୁର ଥାନା ରେ ମାମଲା ରୁଜୁ ହେବା ପରେ ୧୫ ସେପ୍ଟେମ୍ବର ରେ ମାମଲା କୁ କ୍ରାଇମବ୍ରାଞ୍ଚ୍‌ ନେଇଥିଲା ।

ଏମାନେ ପାକିସ୍ଥାନ ର ଗୁଇନ୍ଦା ଏଜେଣ୍ଡ କୁ ପ୍ରତିରକ୍ଷା ସମର୍କିତ କିଛି ଗୁପ୍ତତଥ୍ଯ ପ୍ରଘଟ କରୁଥିବା ଅଭିଯୋଗ ରେ ଜିଲ୍ଲା ପୁଲିସ ଏକ ସ୍‌ୱତନ୍ତ୍ର ସ୍କ୍‌ୱାର୍ଡ ଗଠନ କରି ସେମାନଙ୍କୁ ଗିରଫ କରିଥିଲା । ଦେଶ ଦ୍ରୋହ କାର୍ଯ୍ଯରେ ସଂପୃକ୍ତି ଥିବା ଅଭିଯୋଗ ରେ ସନ୍ଦିଗ୍ଧ ମାନଙ୍କୁ ଧରିବା ପାଇଁ ତତ୍କାଳୀନ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱ ରେ 6 ଟିମ୍‌ ଗଠନ ହୋଇଥିଲା ଯେଉଁଥିରେ 6 ଆଇ ଆଇ ସି ଓ 6 ଡିଏସପି ରହିଥିଲେ । । ପୂର୍ବରୁ ପାକିସ୍ଥାନ ଗୁଇନ୍ଦା ସଂସ୍ଥା ଆଇ ଏସ ଆଇ କୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ଯ ପ୍ରଘଟ ଓ ଆଇଟିଆର ର କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ସବୁ ଘଟଣାକୁ ମିରଟ ର ଆଇ ଏସ ଆଇ ଗୁଇନ୍ଦା ଅଶିଫ ଅଲ୍ଲୀ କୁ ଜଣେଇବା ଓ ପାକିସ୍ଥାନୀ ଏଜେଣ୍ଟ ଠାରୁ ତଥ୍ଯ ହସ୍ତାନ୍ତର ବାବଦରେ ଟଙ୍କା ହାତେଇବା ମାମଲାରେ ଈଶ୍ୱର ବେହେରା ଯିଏକି ଡି ଆର ଡି ଓ ର ଠିକା ଫଟୋଗ୍ରଫର ଥିଲା ଗିରଫ ପରେ ଆଜୀବନ ସଜା କାଟୁଛି ।

Leave A Reply

Your email address will not be published.