ଆଜିଠାରୁ ଯୁକ୍ତ ୨ ପରୀକ୍ଷା

0

ଓଡ଼ିଆ ନ୍ୟୁଜ୍: ଆଜିଠାରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା।ଚଳିତବର୍ଷ ପରୀକ୍ଷା ଦେବେ ମୋଟ ୪ ଲକ୍ଷ ୧୬୨୩ ଛାତ୍ରଛାତ୍ରୀ।ରାଜ୍ୟର ମୋଟ ୧୩୬୪ଟି କେନ୍ଦ୍ରରେ ହେବ ପରୀକ୍ଷା।ମାର୍ଚ୍ଚ ୨୮ ତାରିଖ ଯାଏ ଚାଲିବ ମାଟ୍ରିକ ପରୀକ୍ଷା।କପି ରୋକିବାକୁ ୧୨୦ କେନ୍ଦ୍ରୀୟ ସ୍କ୍ୱାଡ୍‌ ନିୟୋଜିତ କରାଯାଇଛି । ଏମାନେ ସମସ୍ତେ ଜିଲ୍ଲାରେ ପହଞ୍ଚି ସାରିଲେଣି।

ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁଭେଚ୍ଛା ଜଣାଇଛନ୍ତି । ସିଏଚ୍‌ଏସ୍‌ଇର ସୂଚନା ଅନୁଯାୟୀ, ରାଜ୍ୟରେ ୧୩୫୭ଟି ପରୀକ୍ଷା କେନ୍ଦ୍ର ସହ ୭ଟି ଉପକେନ୍ଦ୍ର ହୋଇଛି । ଏଠାରେ କପି ରୋକିବା ଲାଗି ୭୫ଟି ଜୋନାଲ୍‌ ସ୍କ୍ୱାଡ୍‌ ନିୟୋଜିତ କରାଯାଇଛି । ଏଥିସହ ୧୩୬୪ଟି ନିରୀକ୍ଷକ ସ୍କ୍ୱାଡ୍‌ ଓ ୧୩୬୪ଟି ଜିଲ୍ଲା ପ୍ରଶାସନ ସ୍କ୍ୱାଡ୍‌ ଅଛନ୍ତି । ୧୯ ତାରିଖରେ ଧନ୍ଦାମୂଳକ ବିଭାଗର ବିଏଫ୍‌ସି-ଇତିହାସ, ବିଏଫ୍‌ସି- ଆକାଉଣ୍ଟାନ୍ସି, ବିଏଫ୍‌ସି-ଫିଜିକ୍ସ ପରୀକ୍ଷା ହୋଇଛି । ୨୦ ତାରିଖରେ କଳା ଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି ।

Leave A Reply

Your email address will not be published.