ରାଇରଙ୍ଗପୁର ପୌରପାଳିକା ତରଫରୁ ପାଳିତ ହେଲା “ସ୍ୱଚ୍ଛ ଭାରତ ଦିବସ “

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚଳିତ ମାସ ୧୭ ତାରିଖ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଦେଶ ବ୍ୟାପି “ସ୍ୱଚ୍ଛତା ହିଁ ସେବା” ଅଭିଯାନ ପରିପ୍ରେକ୍ଷୀରେ ଏହି ଅଭିଯାନକୁ ଜନ ଆଦୃତ କରିବା ତଥା ପରିବେଶ କୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଲୋକଙ୍କମଧ୍ୟରେ ବ୍ୟାପକ ସଚେତନ ସୃଷ୍ଟି କରିବା ସହିତ ଲୋକଙ୍କ ନିକଟରେ ଏହାକୁ ପହଂଚାଇବା ପାଇଁ ରାଇରଙ୍ଗପୁର ପୌରପାଳିକା ତରଫରୁ ଏହି ଅଭିଯାନ ର ପ୍ରଥମ ଦିବସ ରୁ ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ବିଭିନ୍ନ ଗଳିକନ୍ଦି,ବିଭିନ୍ନ କାର୍ଯ୍ୟାଳୟ ,ଡାକ୍ତର ଖାନା, ରେଳ ଷ୍ଟେସନ, ଉଦ୍ୟାନ, ଧର୍ମପୀଠ ଇତ୍ୟାଦି ପରିସରରେ ସଫେଇ କାର୍ଯ୍ୟ ସହିତ ବାଇକ ଶୋଭାଯାତ୍ରା, ସ୍ୱଛତା ରଥ ପରିଭ୍ରମଣ, ପଥ ଉତ୍ସବ ଆୟୋଜନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଇତ୍ୟାଦି ମାଧ୍ୟମରେ ଲୋକମାନଙ୍କୁ ସ୍ୱଛତା ସମ୍ଭନ୍ଧ ରେ ବିଭିନ୍ନ ବାର୍ତ୍ତାମାନ ଦେଇ ଏହି ଅଭିଯାନ ର ଉଦଯାପନୀ ଦିବସ ପର୍ଯ୍ୟନ୍ତ ଅସରନ୍ତି ପ୍ରଚେଷ୍ଟା କରାଯାଇଥିଲା |

ସର୍ବୋପରି ପ୍ରବର୍ତ୍ତନ ଟିମ ଜରିଆରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୨୦ ମାଇକ୍ରୋନ ରୁ କମ ମୋଟେଇ ପ୍ଲାଷ୍ଟିକ ସାମଗ୍ରୀ ଜବତ କରିବା ସହିତ ଲୋକମାନଙ୍କୁ ଏହି ବର୍ଗ ର ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି | ଏହି କ୍ରମରେ ଆଜି ସତ୍ୟ ଓ ଅହିଂସା ର ପୂଜାରୀ ମହାତ୍ମା ଗାନ୍ଧୀ ଙ୍କ ପବିତ୍ର ୧୫୫ତମ ଏବଂ ଶାନ୍ତିଦୂତ ତଥା ଭାରତର ପୂର୍ବତନ ପ୍ରିୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ପାଳନ ଅବସରରେ ପୌରପାଳିକା ତରଫରୁ ସ୍ଥାନୀୟ ମହତାବ ହଲ ଠାରେ “ସ୍ୱଚ୍ଛ ଭାରତ ଦିବସ “ଆୟୋଜନ କରାଯାଇଥିଲା |

ଏହି ଅବସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ପରିବେଶ କୁ ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ କରାଯାଇ ରାଇରଙ୍ଗପୁର ସହରକୁ ସ୍ୱଚ୍ଛ, ସୁନ୍ଦର ଓ ନିର୍ମଳ ସହର ଭାବେ ଗଢି ତୋଳିବା ସହ “ସ୍ୱଭାବ ସ୍ୱଚ୍ଛତା ଓ ସଂସ୍କାର ସ୍ୱଚ୍ଛତା” ନୀତି କୁ ଆପଣାଇ ସ୍ୱଚ୍ଛ ଓ ସୁସ୍ଥ ରାଇରଙ୍ଗପୁର ତଥା ବିକଶିତ ଓଡିଶା ଓ ସ୍ୱଚ୍ଛ ଭାରତ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ |

Leave A Reply

Your email address will not be published.