ବଡବିଲ ପୌରପାଳିକା ପକ୍ଷରୁ ସ୍ବଚ୍ଛତା ହିଁ ସେବା ପଦଯାତ୍ରା ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡବିଲ ପୌରପାଳିକା ପକ୍ଷରୁ ସ୍ବଚ୍ଛତା ହିଁ ସେବା ପଦଯାତ୍ରା ଅନୁଷ୍ଠିତ | ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରା ଯାଉଛି।

ସେହି କ୍ରମରେ ବଡବିଲ ପୌରପାଳିକା ପକ୍ଷରୁ ଆଜି ସ୍ଥାନୀୟ ବଙ୍ଗଳା ଛକ ଠାରୁ ଆରମ୍ଭ ହୋଇଛି ସ୍ବଚ୍ଛତା ହିଁ ସେବା ପଦଯାତ୍ରା। ଏହି ପଦଯାତ୍ରାରେ ବଡବିଲ ନଗରପାଳ ଶ୍ରୀ ଲକ୍ଷ୍ମଣ ମହାନ୍ତ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱଜିତ୍ ରାୟଙ୍କ ସହ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ |

ତେବେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅନୁଷ୍ଠାନର ସଦସ୍ୟ, ସ୍ୱଚ୍ଛସାଥୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଅଂଶ ଗ୍ରହଣ କରିଥିଲେ। ଏହି ପଦଯାତ୍ରାରେ ସ୍ବଚ୍ଛତା ସମ୍ବନ୍ଧିତ ଫ୍ଲାକାର୍ଡ ଧରି ସମସ୍ତେ ବଡବିଲ ମହା ବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ।

Comments are closed.