ଉତ୍ତର ଭାରତରେ ପ୍ରକୃତିର କୋପ

0

ଓଡ଼ିଆ ନ୍ୟୁଜ୍: ଉତ୍ତର ଭାରତରେ ପ୍ରକୃତିର ପ୍ରକୋପ, ନିଖୋଜ।ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପରେ ଧସିଲା ମାଟି ଅତଡ଼ା।ବନ୍ୟାରେ ବେହାଲ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ।ଧୋଇଗଲା ରାସ୍ତାଘାଟ, ମାର୍କେଟ ଭିତରେ ପଶିଲା ପାଣି।ଫସି ରହିଛନ୍ତି ଶହ ଶହ ପର୍ଯ୍ୟଟକ, ଉଦ୍ଧାରକାର୍ଯ୍ୟ ଜାରି।ଡେରାଡୁନର ପ୍ରସିଦ୍ଧ ସହସ୍ତ୍ରଧାରାରେ ପ୍ରକୃତିର ତାଣ୍ଡବ । ବାଦଲଫଟା ବର୍ଷା ପାଇଁ ୨ ନିଖୋଜ ।

ପ୍ରାଚୀନ ତପକେଶ୍ୱର ମହାଦେବ ମନ୍ଦିର ନିକଟରେ ବଡ଼ ବନ୍ୟା । ସନ୍ତୋଷୀ ମନ୍ଦିରରୁ ତପକେଶ୍ୱରକୁ ସଂଯୋଗ କରୁଥିବା ସେତୁ ଭାସିଗଲା । କେଭି ବୀରପୁର ଓ ସେନା କ୍ଷେତ୍ରର ପଛ ଭାଗ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ । ଉତ୍ତରାଞ୍ଚଳ ବିଶ୍ୱବିଦ୍ୟାଳୟ ନିକଟ ପୋଲ ରାସ୍ତା ଧୋଇଯିବାରୁ ଯାତାୟତ ବାଧାପ୍ରାପ୍ତ । ଏନଡିଆରଏଫ୍ ଓ ଏସ୍‌ଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି । ତେବେ ବିପର୍ୟ୍ୟୟକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କ ସ୍ଥିତିରେ ଅଛି ।

ଡେରାଡୁନରେ ମେଘ ଫାଟିବା ପରେ, ସକାଳଠାରୁ ଋଷିକୂଶେର ଚନ୍ଦ୍ରଭାଗା ନଦୀ ଉଛୁଳି ପଡ଼ିଛି । ନଦୀ ପାଣି ରାଜପଥରେ ପହଞ୍ଚିଛି । ଚନ୍ଦ୍ରଭାଗା ନଦୀରେ ଫସି ରହିଥିବା ତିନି ଜଣଙ୍କୁ ଏସଡିଆରଏଫ ଦଳ ଉଦ୍ଧାର କରିଛି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ, ଏସଡିଏମ କୁମକୁମ ଜୋଶୀ ରାତିରେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି, ଜିଲ୍ଲା ମାଜିଷ୍ଟ୍ରେଟ ଡେରାଡୁନର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ସ୍କୁଲରେ ଛୁଟି ଘୋଷଣା କରିଛନ୍ତି।

 

Leave A Reply

Your email address will not be published.