ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଣିକି ପଞ୍ଚାୟତ ପ୍ରତିନିଧିଙ୍କର କାର୍ଯ୍ୟ ଅବଧିରେ ମୃତ୍ୟୁ ହେଲେ ମିଳିବ ୨ ଲକ୍ଷ ଟଙ୍କା। ମୃତ୍ୟୁ ହେଲେ କିମ୍ବା ଅକ୍ଷମ ହେଲେ ଅନୁକମ୍ପା ରାଶି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତି ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। କୌଣସି କାରଣରୁ ମୃତ୍ୟୁ ଘଟିଲେ ନିକଟ ସମ୍ପର୍କୀୟଙ୍କୁ ମିଳିବ ୨ ଲକ୍ଷ ଟଙ୍କା।
ଉଭୟ ହାତ, ଗୋଡ, ଆଖି ନଷ୍ଟ ହେଲେ ବି ୨ ଲକ୍ଷ ଅନୁକମ୍ପା ରାଶି ମିଳିବ। ଗୋଟିଏ ହାତ କିମ୍ବା ଗୋଡ଼ ନଷ୍ଟ ହେଲେ ୧ ଲକ୍ଷ ଟଙ୍କାର ସହାୟତା ମିଳିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି।ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।