ଚାଷୀଙ୍କ ଖାତାକୁ ଗଲା ସିଏମ୍‌ କିଷାନ ୩ୟ କିସ୍ତି

0

ଓଡ଼ିଆ ନ୍ୟୁଜ୍: ଚାଷୀଙ୍କ ଖାତାକୁ ଗଲା ସିଏମ୍‌ କିଷାନ ୩ୟ କିସ୍ତି ଟଙ୍କା। ଡିବିଟି ଜରିଆରେ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ।୫୧ ଲକ୍ଷ ୫୪ ହଜାର ୧୧୫ ଚାଷୀଙ୍କ ଖାତାକୁ ଗଲା ଟଙ୍କା। ଡିବିଟି ଜରିଆରେ ଗଲା ୧୦୪୧ କୋଟି ଟଙ୍କା।ପବିତ୍ର ନୂଆଁଖାଇ ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ରବି ୨୦୨୫-୨୬ ପାଇଁ ସି ଏମ୍ କିଷାନ ସହାୟତା ରାଶି ପ୍ରଦାନର ରାଜ୍ୟସ୍ତରୀୟ ଉତ୍ସବ ଓୟୁଏଟି ଭୁବନେଶ୍ବର ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସି ଏମ୍ କିଷାନ ସହାୟତାର ତୃତୀୟ କିସ୍ତି ରେ ୫୧ ଲକ୍ଷ ୫୪ ହଜାର ୧୧୫ ଜଣ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷକ ପରିବାର, ଅନୁକୂତ ଜନଜାତି ସମୂହ ଓ ସହରାଞ୍ଚଳର କୃଷକଙ୍କୁ ଡି. ବି.ଟି ମାଧ୍ୟମରେ ମୋଟ ୧,୦୪,୧୨୯ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.