ଓଡ଼ିଆ ନ୍ୟୁଜ୍: ତେଲଙ୍ଗାନାରେ ମୃତ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା।ଉମରକୋଟର ୩ ଶ୍ରମିକ ତେଲଙ୍ଗାନାରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା।୯ ଘଣ୍ଟା ରାସ୍ତାରୋକ ପରେ ମୃତଦେହ ହଟାଇଲେ ଗ୍ରାମବାସୀ। 2 ଦିନ ତଳେ ଝରିଗାଁ ବ୍ଲକ ଅଧୀନ ବକଡ଼ାବେଡ଼ା ଗ୍ରାମର ପ୍ରାୟ ୧୪ ଜଣ ଶ୍ରମିକ ଜଣେ ଦଲାଲଙ୍କ ସହାୟତାରେ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ।
ସେମାନେ କିସାରା ଥାନା ଅନ୍ତର୍ଗତ ସିକେନ୍ଦର କମମ ଅଞ୍ଚଳରେ ରାସ୍ତାପାର୍ଶ୍ଵରେ ଗଛ ଲଗାଇବା କାର୍ଯ୍ୟରେ ଏହି ୧୪ ଜଣ ଶ୍ରମିକ ନିୟୋଜିତ ଥିଲେ। ତେବେ ସୋମବାର ଦିନ ଗଛ ଲଗାଉ ଥିବା ସମୟରେ ପଛ ପଟୁ ଏକ ପିକ୍ଅପ୍ ଭ୍ୟାନ୍ (ଟିଜି ୦୮ଟି ୨୪୯୬) ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜୟରାମ ଭତ୍ରା, ନାରାୟଣ ଭତ୍ରା ଓ ଚେତମନ ଭତ୍ରାଙ୍କର ମୃତ୍ୟୁ ଘଟିଥିଲା। ସେଠାକାର ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା କରୁଥିବା ଗାଡ଼ିକୁ ଜବତ କରିବା ସହ ୩ ମୃତ ଶରୀରକୁ ହସ୍ପିଟାଲ ନେଇ ଶବ ବ୍ୟବଛେଦ କରିଥିଲା।