ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନିକୁନି ପିଲା

0

ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ। ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ କୁନିକୁନି ପିଲା। ଜୟପୁରର ସରସୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ବାନ୍ଧିଲେ ରାକ୍ଷୀ, ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ। ଜଣଙ୍କ ପରେ ଜଣେ ଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବାସହ ତାଙ୍କୁ ପ୍ରଣାମ କରି ତାଙ୍କ ଠାରୁ ଆର୍ଶିବାଦ ଗ୍ରହଣ କରିଛନ୍ତି।

ଅନ୍ୟପକ୍ଷେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ଏମିତି କିଛିି ରୋଚକ ଦୃଶ୍ୟ ମିଳିଛି କୋରାପୁଟର ଜୟପୁରରେ। ଯେଉଁଠି ଭାଜପା ନେତ୍ରୀ ପ୍ରଭାତୀ ପରିଡ଼ା କଂଗ୍ରେସ ନେତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ସେହି ସମୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.