ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଇକୋ-ରିଟ୍ରିଟ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ଆମର ଲକ୍ଷ୍ୟ ହେଉଛି ଏସିଆର ଶ୍ରେଷ୍ଠ ୫ଟି Eco Cultural Tourism Hub ମଧ୍ୟରେ ସ୍ଥାନ ହାସଲ କରିବ। ପୁରୀ କୋଣାର୍କ ମେରାଇନ ଡ୍ରାଇଭରେ ଇକୋ ରିଟ୍ରିଟକୁ ଉଦଘାଟନ କରିବା ଅବସରରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୭ମ ଇକୋ-ରିଟ୍ରିଟ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉତ୍ସବକୁ ଉଦ୍ଘାଟନ କରି କହିଛନ୍ତି। ପର୍ଯ୍ୟଟନ ପାଇଁ ରାଜ୍ୟ ସରକାର ଯେତେପ୍ରକାର ପଦକ୍ଷେପ ନେଉଛନ୍ତି, ତନ୍ମମଧ୍ୟରୁ ‘ଇକୋ-ରିଟ୍ରିଟ୍’ ସବୁଠାରୁ ଆକର୍ଷଣୀୟ ।

Leave A Reply

Your email address will not be published.