ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହେବକି ବଡ ପରିବର୍ତନ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜଭବନରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା।ରାଜ୍ୟପାଳଙ୍କ ସହ ସାକ୍ଷାତର ନିର୍ଦ୍ଦିଷ୍ଟ କାରଣ ଅସ୍ପଷ୍ଟ ରହିଥିବା ବେଳେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ଏହି ଭେଟଘାଟ ମାହୋଲକୁ ଆହୁରି ଗରମ କରିଦେଇଛି। ମନ୍ତ୍ରିମଣ୍ଡଳରେ ଖାଲି ପଡ଼ିଛି ୬ଟି ମନ୍ତ୍ରୀ ପଦ। ଜଣେ ଜଣେ ମନ୍ତ୍ରୀଙ୍କ ହାତରେ ଅଛି ଏକାଧିକ ବିଭାଗ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି। କିଏ ପଡିବେ ବାଦ୍‌, କିଏ ହେବେ ସାମିଲ ତାକୁ ନେଇ ଚର୍ଚ୍ଚା।

Leave A Reply

Your email address will not be published.