ଦରକାର ପଡ଼ିଲେ ଦିଲ୍ଲୀକୁ ଏୟାର ଲିଫ୍ଟ: CM

0

ଓଡ଼ିଆ ନ୍ୟୁଜ୍: ଏମ୍ସରେ ଚିକିତ୍ସାଧିନ ଥିବା ବଳଙ୍ଗା ପୀଡ଼ିତାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ  ବଡ଼ ଘୋଷଣା । ଦରକାର ପଡ଼ିଲେ ଦିଲ୍ଲୀକୁ ଏୟାର ଲିଫ୍ଟ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସୂଚନାଯୋଗ୍ୟ, ପୁରୀ ବଳଙ୍ଗାରେ ଜଣେ ବାଳିକାଙ୍କୁ କେହି କିରୋସିନ ଢାଳି ନିଆଁ ଲଗାଇବା ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି। ଜଣକ ପରେ ଜଣେ ପୋଡି ଛାତ୍ରୀ ପୋଡି ହେବା ଘଟଣା ସଭିଙ୍କୁ ସ୍ତବ୍ଧ କରି ଦେଇଛି।

ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶକ। ଆସନ୍ତା ୪୮ ଘଣ୍ଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଏହାପରେ ଯାଇ କିଛି କହିହେବ ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପୀଡ଼ତା ଏବେ ଭେଣ୍ଟିଲେଟରରେ ନାହାନ୍ତି, ବରଂ ICUରେ ଅକ୍ସିଜେନ ସପୋର୍ଟରେ ଅଛନ୍ତି। ତାଙ୍କ ଶୀରର ପ୍ରାୟ ୭୦ ପ୍ରତିଷତ ପୋଡି ଯାଇଥିବା ବେଳେ ଏହା ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ।

Leave A Reply

Your email address will not be published.