ପୁଣିଥରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

କେନ୍ୟୁଜ(ବ୍ୟୁରୋ):ପୁଣିଥରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ସହ ଆଲୋଚନା ବେଳେ ଏ ଦାବିକୁ ଦୋହରାଇଛନ୍ତି ନବୀନ। ଏହା ସହ ବ୍ୟାଙ୍କିଙ୍ଗ ଓ ମୋବାଇଲ ଆଦି କ୍ଷେତ୍ରରେ ରାଜ୍ୟକୁ ପ୍ରାଥମିକତା ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀଙ୍କ ସହ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଆଲୋଚନା। ପୁଣିଥରେ ରାଜ୍ୟର ସ୍ୱାର୍ଥ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇଛନ୍ତି। ଓଡ଼ିଶା ପ୍ରତିବର୍ଷ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରୁଆସୁଛି। ଏହାକୁ ଦୃଷ୍ଟିରେ ରାଜ୍ୟର ବିକାଶ ପାଇଁ ପୁଣିଥରେ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୁଣିଥରେ ଦାବି କରିଛନ୍ତି। ଏହା ସହ ରାଜ୍ୟରେ ଏବେ ପ୍ରାୟ 6 ହଜାର ଗାଁରେ ମୋବାଇଲ ସେବାରୁ ବଞ୍ଚିତ। ସେହିପରି ଅନ୍ୟ ରାଜ୍ୟ ତୁଳନାରେ ବ୍ୟାଙ୍କିଙ୍ଗ ସେବାରେ ମଧ୍ୟ ପଛୁଆ ରହିଛି। ତେଣୁ ଏ କ୍ଷେତ୍ରରେ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି।

ଆସନ୍ତା ୭ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ ବସିବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେପଟେ ବିଜେପି କହିଛି, ସ୍ଵତନ୍ତ୍ର ପାହ୍ୟା ଦାବି ସଠିକ ଢଙ୍ଗରେ ଉପସ୍ଥାପିତ ହେବା ଦରକାର। ଅନ୍ୟପକ୍ଷରେ ବିଜେଡି କହିଛି,ଦୀର୍ଘଦିନର ଦାବି ଉପରେ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ। ଦୀର୍ଘଦିନ ହେଲା ଏ ଦାବି ଓଡିଶା ସରକାର କରି ଆସୁଛନ୍ତି। କିନ୍ତୁ ଆଜିପର୍ଯ୍ୟନ୍ତ କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି ।

Leave A Reply

Your email address will not be published.