ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଦେଲେ ଭୋଟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତି ପଦ ଲାଗି ଚାଲିଛି ଭୋଟିଂ । ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି ବିରୋଧୀ ଦଳଙ୍କ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନା। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟଗ୍ରହଣ । ଏଥିଲାଗି ଉଭୟ ସଂସଦ ଓ ରାଜ୍ୟର ବିଧାନସଭାଗୁଡିକରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ବୁଥ୍‌ କେନ୍ଦ୍ର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯୋଗୀ ଆଦିତ୍ୟନାଥ, ଓ୍ଵାଇଏସ ଜଗନ ମୋହନ ରେଡ୍ଡୀ ପ୍ରମୁଖ ଭୋଟ ଦେଇଛନ୍ତି । ପାର୍ଲାମେଣ୍ଟର ସମସ୍ତ ଓଡ଼ିଆ ସାଂସଦ ମତଦାନ କରିଛନ୍ତି । ଓଡ଼ିଶା ବିଧାନସଭାରେ ସମସ୍ତ ବିଧାୟକ ଭୋଟ ଦେଇଛନ୍ତି । ନୂଆଦିଲ୍ଲୀରେ ଚିକିତ୍ସିତ ହେଉଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସଂସଦ ଭବନ ଯାଇ ଭୋଟ ଦେଇଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪ ହଜାର ୮୦୯ ସାଂସଦ ଓ ବିଧାୟକ ଅଛନ୍ତି । ତା ମଧ୍ୟରୁ ୭୭୬ ଜଣ ସାଂସଦ ଥିବା ବେଳେ ୪ ହଜାର ୩୩ ଜଣ ବିଧାୟକ ଅଛନ୍ତି । ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କ ଭିତରେ ପ୍ରତିଦ୍ୱନ୍ଦିତା ହେଉଛି ।

Leave A Reply

Your email address will not be published.