ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ପ୍ରତିଟି ଓଡ଼ିଆ ଘରେ ବେଶ ଧୁମ ଧାମରେ ପାଳିତ ହେଉଛି ଏହି ପର୍ବ। ଏହା ସହ ଆଜି ଓଡ଼ିଆ ନବବର୍ଷ।ଆଜିଠାରୁ ପ୍ରଚଳିତ ହେବ ନୂଆ ପଞ୍ଜିକା। ଏହି ଦୁଇଟି ପର୍ବକୁ ବେସ୍ ଯାକଯମକରେ ପ୍ରତିଟି ଓଡ଼ିଆ।ପ୍ରତି ଘରେ ଜମେ ପିଠାପଣାର ଆସର। ଯାହାକୁ ବେସ୍ ଉପଭୋଗ କରନ୍ତି ସମସ୍ତେ।
ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚଳିତ ବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ।
ଜୟ ଜଗନ୍ନାଥ pic.twitter.com/T8mq01436S
— Naveen Patnaik (@Naveen_Odisha) April 14, 2022
ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ରିଲିଜ କରି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ମଙ୍ଗଳମୟ ହେଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।