ସିଏମସିର ଆୟ ଦ୍ବିଗୁଣିତ୍ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି, ଯିଏ ଟିକସ ଦେବ ନାହିଁ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ: ମେୟର
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସିଏମସିର ଆୟ ବୃଦ୍ଧି ନେଇ ଆଲୋଚନା। ଟିକସ ଆଦାୟ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। କଟକ ମହାନଗର ନିଗମର ପଞ୍ଚମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି। ନବନିଯୁକ୍ତ କମିଶନର ନିଖିଲ ପବନ କଲ୍ୟାଣଙ୍କର ଏହା ପ୍ରଥମ ବୈଠକ। ସମସ୍ତ ୱାର୍ଡର ନିର୍ବାଚିତ ପ୍ରତିନିଧି, ସମସ୍ତ ବିଧାୟକଙ୍କ ପ୍ରତିନିଧି ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି।
ବୈଠକରେ ସିଏମସି ମେୟର ସୁବାସ ସିଂଙ୍କ କହିଛନ୍ତି,ସଏମସିର ଆୟକୁ ଦ୍ବିଗୁଣିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଟିକସ ଆଦାୟ କୁ 50 କୋଟିରୁ 100 କୋଟିରେ ପହଞ୍ଚାଇବାକୁ ଲକ୍ଷ ରଖା ଯାଇଛି।ଆୟ ବୃଦ୍ଧି ପାଇଁ ସମସ୍ତ କଲ୍ୟାଣ ମଣ୍ଡପଗୁଡିକର ନବୀକରଣ କରାଯିବ।ଯିଏ ଟିକସ ଦେବ ନାହିଁ ତିନି ମାସର ନୋଟିସ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସିଏମସି।
ବର୍ଷା ମୁକାବିଲା ପାଇଁ 90 ପ୍ରତିସତ ପଙ୍କ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଆଉ 22 ଟି ପଏଣ୍ଟରେ କାମ ବାକି ଅଛି। 7 ଦିନ ଭିତରେ ଶେଷ ହେବ। ବର୍ଷା ଜଳ ନିଷ୍କାସନ ପାଇଁ 250 ଟି ପମ୍ପ ପ୍ରସ୍ତୁତ ରହିଛି।ବହୁ ପ୍ରତୀକ୍ଷିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମଧିପୀଠର ଉନ୍ନତିକରଣ ପାଇଁ ବଡ଼ ଯୋଜନା ପ୍ରସ୍ତୁତ ହୋଇଛି।ପ୍ରଥମ ଥର ପାଇଁ ପରିମଳ ଦାୟିତ୍ୱ ଏକାଧିକ କମ୍ପାନୀକୁ ଦିଆଯାଉଛି। ପରସ୍ପର ଭିତରେ ପ୍ରତିଯୋଗିତା ରହିଲେ କାମ ଭଲ ହେବ। ପରିମଳ ଟେଣ୍ଡରକୁ ସିଏମସି ବୈଠକରେ ଅନୁମୋଦନ ସ୍ୱତନ୍ତ୍ର କାଉନସିଲ ବୈଠକର ଆବଶ୍ୟକତା ନାହିଁ।