ଗୁପ୍‌ଚୁପ୍‌ ବେପାରୀଙ୍କ ଘରେ ଅଚାନକ ରେଡ୍‌ କଲା କଟକ ମହାନଗର ନିଗମ, ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଏସବୁ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍‌ ପ୍ରସ୍ତୁତି ଅଭିଯୋଗ । ଅଚାନକ ରେଡ୍‌ କଲା କଟକ ମହାନଗର ନିଗମ ଟିମ୍‌ । କଟକ ସହରରର ବିଭିନ୍ନ ଗୁପଚୁପ୍‌ ବେପାରୀଙ୍କ ଘରେ ସିଏମସି ଟିମ୍‌ ଚଢ଼ାଉ କରିଛି । ନାକେଇପଡ଼ିଆରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରରେ ସିଏମସି ରେଡ୍‌ କରିଥିଲା । ଅସ୍ୱାସ୍ଥ୍ୟକର ପରିବେଶରେ କଟକ ସହରର ଅନେକ ସ୍ଥାନରେ ତିଆରି ହେଉଛି ଗୁପଚୁପ୍‌ । ସେସବୁ ସ୍ଥାନରେ ମଧ୍ୟ ଚଢ଼ାଉ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

gupchp2

ସେପଟେ ମାଲଗୋଦାମ ଅଞ୍ଚଳରେ ନକଲି ସସ ବିକ୍ରି ଅଭିଯୋଗରେ ଦୋକାନରେ ଚଢ଼ାଉ । ଅପମିଶ୍ରିତ ସସ ବିକ୍ରି ଅଭିଯୋଗରେ ମାଲଗୋଦାମ ଏହି ଥାନା ରେଡ କରିଛି । ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତିରରେ ଚଢ଼ାଉ କରାଯାଇଛି । ଏଥିସହ ଦୋକାନକୁ ସିଲ କରିଛି ପୋଲିସ । ବାରଙ୍ଗ ଅଞ୍ଚଳରେ ରହିଛି ନକଲି ସସ ତିଆରି କାରଖାନା । ସେଠାରେ ମଧ୍ୟ ପୋଲିସ ରେଡ କରିଥିବା ଜଣାଯାଇଛି ।

 

Leave A Reply

Your email address will not be published.