କଲବଲ କରୁଛି ଶୀତ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ । ଗୋଟିଏ ଦୁଇଟି ସହରର ତାପମାତ୍ରା ଏପାଖ ସେପାଖ ହୋଇପାରେ ।‌ ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରି ରେକର୍ଡ ହୋଇଛି । ରାଜ୍ୟରେ ଗତ ୯/୧୦ ଦିନ ହେବ ଶୀତ ପ୍ରକୋପ ଲାଗି ରହିଛି ।

ଏଭଳି ଲଗାତାର ଶୀତ ପ୍ରକୋପ ବିଗତ ବର୍ଷମାନଙ୍କରେ କେବେ ଅନୁଭୂତ ହୋଇନଥିଲା । ଯଦିଓ ଆଜି ତାପମାତ୍ରା ସାମାନ୍ୟ ବଢ଼ିଛି, ତଥାପି ଶୀତରୁ ବଡ଼ ଆଶ୍ୱସ୍ତି ମିଳିନି । ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟସ୍, ଫୁଲବାଣୀ ୬, ଦାରିଙ୍ଗିବାଡ଼ି ୬, ସେମିଳିଗୁଡ଼ା ୬.୧, କୋରାପୁଟ ୭, ରାଉରକେଲା ୮.୨, ଚିପିଲିକା ୮.୬, ଝାରସୁଗୁଡ଼ା ୮.୯, କିରେଇ ୯.୮, ବୌଦ୍ଧ ୯.୮, ଭବାନୀପାଟଣା ୯, ଅନୁଗୁଳ ୯.୬, ନବରଙ୍ଗପୁର ୧୦, କେନ୍ଦୁଝର ୧୦.୬, ବଲାଙ୍ଗୀର ୧୦.୮, ରାୟଗଡ଼ା ୧୧, ସୋନପୁର ୧୧, ଢେଙ୍କାନାଳ ୧୧.୩, ସୁନ୍ଦରଗଡ଼ ୧୦.୬, ସମ୍ବଲପୁର ୧୧.୮ ଓ ନୂଆପଡ଼ା ୧୨ ଡିଗ୍ରୀ ଥିଲା

Leave A Reply

Your email address will not be published.